କୁନ୍ଦୁଲି ରିପୋର୍ଟକୁ ନେଇ ରାଜନୀତି: ମାମଲା ଚପାଇବାକୁ ଉଦ୍ୟମ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ନେଇ ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଆସିଛି। ହେଲେ ସତ ପଦାକୁ ଆସିପାରିନି। ରହସ୍ୟ ଘେରରେ ରହିଯାଇଛି କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ପୀଡ଼ିତାଙ୍କ ଆତ୍ମହତ୍ୟା ମାମଲା। ୧୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ପରେ ମଧ୍ୟ ଘଟଣା ଉପରୁ ପରଦା ଉଠାଇ ପାରିନାହାନ୍ତି କମିଶନ। ତେବେ ଦୁଷ୍କର୍ମ ଅଭିଯୋଗକୁ ମନଗଢ଼ା ଓ ମିଛ ବୋଲି କମିଶନ କହିଛନ୍ତି। ହେଲେ ପୀଡ଼ିତା କାହିଁକି ମିଛ କହିଲେ ଓ […]

kunduli

Manoranjan Sial
  • Published: Sunday, 04 August 2019
  • , Updated: 04 August 2019, 08:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ନେଇ ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଆସିଛି। ହେଲେ ସତ ପଦାକୁ ଆସିପାରିନି। ରହସ୍ୟ ଘେରରେ ରହିଯାଇଛି କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ପୀଡ଼ିତାଙ୍କ ଆତ୍ମହତ୍ୟା ମାମଲା। ୧୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ପରେ ମଧ୍ୟ ଘଟଣା ଉପରୁ ପରଦା ଉଠାଇ ପାରିନାହାନ୍ତି କମିଶନ। ତେବେ ଦୁଷ୍କର୍ମ ଅଭିଯୋଗକୁ ମନଗଢ଼ା ଓ ମିଛ ବୋଲି କମିଶନ କହିଛନ୍ତି। ହେଲେ ପୀଡ଼ିତା କାହିଁକି ମିଛ କହିଲେ ଓ ଆତ୍ମହତ୍ୟା କଲେ, ତା'ର ଅଧିକ ତଦନ୍ତ ନ ହେଲେ ଏହା ସବୁଦିନ ପାଇଁ ଏକ ରହସ୍ୟ ହୋଇ ରହିଯିବ ବୋଲି କମିଶନ କହିଛନ୍ତି।

ଗତକାଲି ବିଧାନସଭାରେ କମିଶନଙ୍କ ଏହି ତଦନ୍ତ ରିପୋର୍ଟ ଉପସ୍ଥାପନ ପରେ ଏହାର ତଦନ୍ତର ଦିଗ ଓ ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ମାମଲାକୁ ଦବାଇବା ପାଇଁ ସାକ୍ଷୀଙ୍କୁ ଷ୍ଟେଜ ମ୍ୟାନେଜ୍ କରାଯାଇଥିବା ଅଭିଯୋଗ ଆଣିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କେବଳ ସେତିକି ନୁହେଁ, ପୂର୍ବରୁ ଦୁଷ୍କର୍ମ ତଦନ୍ତକୁ ମଧ୍ୟ ହେର୍‌ଫେର୍‌ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଶ୍ରୀ ପଟ୍ଟନାୟକ। ସତ ଉପରୁ ପରଦା ହଟିବାକୁ ହେଲେ ଏସଆଇଟି ତଦନ୍ତ ଆବଶ୍ୟକ ବୋଲି ଦଳ କହିଛି।

ସେପଟେ ବିଜେପି ନେତା ଐର ମହାମେଘବାହନ ଖାରବେଳ ସ୍ୱାଇଁ କହିଛନ୍ତି, ସରକାର ବର୍ଷକ ତଳୁ କମିଶନଙ୍କ ରିପୋର୍ଟ ପାଇ ମଧ୍ୟ କାହିଁକି ଚପାଇ ରଖିଥିଲେ? ଇଏ ବି ଏକ ରହସ୍ୟମୟ ଘଟଣା ବୋଲି ସେ କହିଛନ୍ତି।

କମିଶନ ତାଙ୍କ ରିପୋର୍ଟରେ ରାଜନୀତିକ ବ୍ୟକ୍ତି ଓ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ମଧ୍ୟ ପରୋକ୍ଷରେ ଦାୟୀ କରିଛନ୍ତି। ସ୍ଥାନୀୟ ନେତା ଏହି ଘଟଣାରୁ ରାଜନୀତିକ ଫାଇଦା ପାଇଁ ଚେଷ୍ଟା କରୁଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ପୀଡ଼ିତାଙ୍କ ଆତ୍ମହତ୍ୟା ପାଇଁ ରାଜ୍ୟ ସରକାର କିମ୍ବା କୌଣସି ସରକାରୀ ଏଜେନ୍ସି ଦାୟୀ ନୁହନ୍ତି ବୋଲି କମିଶନ ଉଲ୍ଲେଖ କରିଛନ୍ତି। କମିଶନଙ୍କ ଏହି ଉକ୍ତିକୁ କିନ୍ତୁ ପରିବାର ଲୋକ ଗ୍ରହଣ କରିନାହାନ୍ତି।

ସରକାର ବିଧାନସଭାରେ କମିଶନଙ୍କ ରିପୋର୍ଟ ଉପସ୍ଥାପନ କରିବାର ଗୋଟିଏ ଦିନ ପୂର୍ବରୁ ହିଁ ହାଇକୋର୍ଟ ଏହି ମାମଲରେ ୪ ସପ୍ତାହ ଭିତରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନଚେତ୍ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଏସ୍‌ଆଇଟି ଗଠନ କରି ତଦନ୍ତ ହେବ ବୋଲି କହିଥିଲେ।

Related story