ପାରାଦୀପରେ ଶ୍ରମିକ ନେତାଙ୍କୁ ଛୁରା ମାଡ଼

ପାରାଦୀପ (ରମାକାନ୍ତ ନାୟକ): ପାରାଦୀପ ଇଫ୍‌କୋ ଛକ ନିକଟରେ ଶ୍ରମିକ ନେତା କିଶୋର ପାତ୍ରଙ୍କୁ ଛୁରା ମାଡ଼ ହୋଇଛି। ମାତ୍ର ଅକ୍ରମଣର କାରଣ ଜଣାପଡ଼ି ନାହିଁ। ଏବେ ସେ ଅଲ ଓଡ଼ିଶା କର୍ମଚାରୀ ଓ ଶ୍ରମିକ ୟୁନିଅନର ଯୁଗ୍ମ ସମ୍ପାଦକ ଅଛନ୍ତି। ସୂଚନାରୁ ପ୍ରକାଶ, କିଶୋରଙ୍କ ଘର କାମ କରୁଥିବା ଶ୍ରମିକଙ୍କୁ ପ୍ରଥମେ ଆକ୍ରମଣ ହୋଇଥିଲା। ଏହାର କିଛି ସମୟ ପରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇ ଥିଲେ। ଫଳରେ ତାଙ୍କ […]

Labor-workers-leader-stabbed-in-Paradip

Manoranjan Sial
  • Published: Thursday, 10 December 2020
  • , Updated: 10 December 2020, 08:03 PM IST

ପାରାଦୀପ (ରମାକାନ୍ତ ନାୟକ): ପାରାଦୀପ ଇଫ୍‌କୋ ଛକ ନିକଟରେ ଶ୍ରମିକ ନେତା କିଶୋର ପାତ୍ରଙ୍କୁ ଛୁରା ମାଡ଼ ହୋଇଛି। ମାତ୍ର ଅକ୍ରମଣର କାରଣ ଜଣାପଡ଼ି ନାହିଁ। ଏବେ ସେ ଅଲ ଓଡ଼ିଶା କର୍ମଚାରୀ ଓ ଶ୍ରମିକ ୟୁନିଅନର ଯୁଗ୍ମ ସମ୍ପାଦକ ଅଛନ୍ତି।

ସୂଚନାରୁ ପ୍ରକାଶ, କିଶୋରଙ୍କ ଘର କାମ କରୁଥିବା ଶ୍ରମିକଙ୍କୁ ପ୍ରଥମେ ଆକ୍ରମଣ ହୋଇଥିଲା। ଏହାର କିଛି ସମୟ ପରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇ ଥିଲେ। ଫଳରେ ତାଙ୍କ ବେକ ଓ ଡାହାଣ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଆକ୍ରମଣର କାରଣ ସମ୍ପର୍କରେ ସଠିକ ଭାବେ କିଛି ଜାଣିପଡ଼ି ନାହିଁ।

 

Related story