ବନ୍ଧା ହେଲେ ଲେଡି ଆକାଉଣ୍ଟାଣ୍ଟଙ୍କ ବୟଫ୍ରେଣ୍ଡ, ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଲା ପୁଲିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଯେଉଁଠି ଚାକିରି କରିଥିଲେ, ସେଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ବୟଫ୍ରେଣ୍ଡଙ୍କ ଆକାଉଣ୍ଟରେ ପକାଉଥିଲେ। ନିଜ ପଦର ଅପବ୍ୟବହାର କରି ଏପରି ଭାବେ କଲେଜ ଆକାଉଣ୍ଟରୁ ୯୭ ଲକ୍ଷ ଖୋଳ କରିଥିବା ଲେଡି ଆକାଉଣ୍ଟାଣ୍ଟଙ୍କୁ ପୂର୍ବରୁ ପୁଲିସ୍‌ ବାନ୍ଧିଥିବା ବେଳେ ଏବେ ଧରା ପଡ଼ିଛି ତାଙ୍କ ବୟଫ୍ରେଣ୍ଡ ବିକାଶ କୁମାର । ବିକାଶ କୁମାରଙ୍କୁ ଝାଡଖଣ୍ଡରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଆଣିଛି କମିଶନରେଟ୍ ପୁଲିସ୍‌ । ଲକ୍ଷ ଲକ୍ଷ ଲୁଟ୍‌ ଟଙ୍କାର ଗୁମର ଖୋଲିବାକୁ ବିକାଶଙ୍କୁ […]

bikas-

Niharika Rout
  • Published: Tuesday, 03 May 2022
  • , Updated: 03 May 2022, 01:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଯେଉଁଠି ଚାକିରି କରିଥିଲେ, ସେଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ବୟଫ୍ରେଣ୍ଡଙ୍କ ଆକାଉଣ୍ଟରେ ପକାଉଥିଲେ। ନିଜ ପଦର ଅପବ୍ୟବହାର କରି ଏପରି ଭାବେ କଲେଜ ଆକାଉଣ୍ଟରୁ ୯୭ ଲକ୍ଷ ଖୋଳ କରିଥିବା ଲେଡି ଆକାଉଣ୍ଟାଣ୍ଟଙ୍କୁ ପୂର୍ବରୁ ପୁଲିସ୍‌ ବାନ୍ଧିଥିବା ବେଳେ ଏବେ ଧରା ପଡ଼ିଛି ତାଙ୍କ ବୟଫ୍ରେଣ୍ଡ ବିକାଶ କୁମାର । ବିକାଶ କୁମାରଙ୍କୁ ଝାଡଖଣ୍ଡରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଆଣିଛି କମିଶନରେଟ୍ ପୁଲିସ୍‌ । ଲକ୍ଷ ଲକ୍ଷ ଲୁଟ୍‌ ଟଙ୍କାର ଗୁମର ଖୋଲିବାକୁ ବିକାଶଙ୍କୁ ଜେରା କରୁଛି ତମାଣ୍ଡୋ ପୁଲିସ୍‌ ।

ଅଭିଯୋଗ ଅନୁଯାୟୀ, ଲେଡି ଆକାଉଣ୍ଟାଣ୍ଟଜଣଙ୍କର କଲେଜର ପୂର୍ବତନ ଛାତ୍ର  ବିକାଶଙ୍କ ସହ ଭାବ ଦିଆନିଆ ଆରମ୍ଭ ହୋଇଥିଲା। ଧିରେ ଧିରେ ଏହା ପ୍ରେମର ରୂପ ନେଲା। ବୟସରେ ସାନ ହେଲେ ବି ଲେଡି ଆକାଉଣ୍ଟାଣ୍ଟଙ୍କ ସହ ତାଙ୍କର ଥିଲା ଘନିଷ୍ଠ ସଂପର୍କ । ପାଠ ପଢ଼ା ସରିବା ପରେ ବିକାଶ ନିଜ ଘର ଝାଡଖଣ୍ଡକୁ ପଳାଇଥିଲେ । ହେଲେ ଫୋନ୍‌ରେ ଚାଲୁ ରହିଥିଲା ବାର୍ତ୍ତାଳପ । ଏହା ମଧ୍ୟରେ  ବିଭିନ୍ନ ଆଳ କରି ବିକାଶ  ପାୟଲଙ୍କଠୁ ହାତେଇ ନେଇଥିଲେ ୯୭ ଲକ୍ଷ ଟଙ୍କା । କଲେଜ ଟଙ୍କାକୁ ହଡ଼ପ କରି ଫୋନ ପେ’ ଓ ଆକାଉଣ୍ଟ ଟ୍ରାନ୍ସଫର ଜରିଆରେ ବୟଫ୍ରେଣ୍ଡକୁ ପଠାଇ ଚାଲିଥିଲେ ଆକାଉଣ୍ଟାଣ୍ଟଜଣକ । ଶେଷରେ ଧରାପଡ଼ିଗଲା  ସବୁ ବାହାନା।

ଆକାଉଣ୍ଟାଣ୍ଟଙ୍କ ଗତିବିଧି ଉପରେ ସନ୍ଦେହ କରି କଲେଜ ପକ୍ଷରୁ ଅଡିଟି ହୋଇଥିଲା। ଯେଉଁଥିରେ ସେ ପ୍ରାୟ ୯୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଜଣାପଡ଼ିଥିଲା। କଲେଜ ପକ୍ଷରୁ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। ସମ୍ପୃକ୍ତ ମହିଳା ଆକାଉଣ୍ଟାଣ୍ଟଙ୍କୁ ପଚରାଉଚରା ବେଳେ ସେ ସବୁ ସତ ମାନି ଯାଇଥିବା ବେଳେ ତାଙ୍କୁ ଗିରଫ କରିଥିଲା ପୁଲିସ୍‌। ଏହାପରେ ବିକାଶଙ୍କୁ ଧରିବାକୁ ଝାଡ଼ଖଣ୍ଡକୁ ଏକ ସ୍ୱତନ୍ତ୍ର ଟିମ୍‌ ପଠାଇଥିଲା। ସେଠାରୁ ଗିରଫ କରି ତାଙ୍କୁ ଭୁବନେଶ୍ୱର ଅଣାଯାଇଛି । ଏଥିସହ ଲୁଟ୍‌ ଟଙ୍କା ଉଦ୍ଧାର ନିମନ୍ତେ ପଦକ୍ଷେପ ନିଆଯାଇଛି।

Related story