ପ୍ରଧାନଶିକ୍ଷକଙ୍କ ପାପ ନଜର: ପ୍ରପୋଜ୍‌ କଲେ, କହିଲେ ତୁ’ ବହୁତ ସୁନ୍ଦର, ତୋତେ ମୁଁ ବାହା ହେବି

ଜଳେଶ୍ୱର(ଓଡ଼ିଶା ରିପୋର୍ଟର):ସ୍କୁଲରେ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କୃଷ୍ଣଭାନୁ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ପ୍ରଧାନଶିକ୍ଷକ ରତିକାନ୍ତ ଜେନା ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ପ୍ରାୟ ବର୍ଷେ ହେବ ଅସଦାଚରଣ ସହ ମାନସିକ ନିର୍ଯାତନା ଦେଇଆସୁଥିବା ସେ ଅଭିଯୋଗ କରିଛନ୍ତି। ପ୍ରତିବାଦ କଲେ ତାଙ୍କୁ ବାରମ୍ବାର ଚାକିରିରୁ ବହିଷ୍କାର ଏବଂ ହତ୍ୟା ଧମକ ଦେଇ ଆସୁଥିଲେ। ଫଳରେ ଶିକ୍ଷୟିତ୍ରୀ ଜଣକ ଭୟରେ ଏକଥା […]

b-908

Tapas Behera
  • Published: Wednesday, 06 November 2019
  • , Updated: 06 November 2019, 04:42 PM IST

ଜଳେଶ୍ୱର(ଓଡ଼ିଶା ରିପୋର୍ଟର):ସ୍କୁଲରେ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କୃଷ୍ଣଭାନୁ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।

ପ୍ରଧାନଶିକ୍ଷକ ରତିକାନ୍ତ ଜେନା ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ପ୍ରାୟ ବର୍ଷେ ହେବ ଅସଦାଚରଣ ସହ ମାନସିକ ନିର୍ଯାତନା ଦେଇଆସୁଥିବା ସେ ଅଭିଯୋଗ କରିଛନ୍ତି। ପ୍ରତିବାଦ କଲେ ତାଙ୍କୁ ବାରମ୍ବାର ଚାକିରିରୁ ବହିଷ୍କାର ଏବଂ ହତ୍ୟା ଧମକ ଦେଇ ଆସୁଥିଲେ। ଫଳରେ ଶିକ୍ଷୟିତ୍ରୀ ଜଣକ ଭୟରେ ଏକଥା କାହାରି ଆଗରେ ପ୍ରକାଶ କରୁ ନଥିଲେ ।

କିନ୍ତୁ ନିର୍ଯାତନା ସୀମା ଟପିଯିବାରୁ ଶିକ୍ଷୟିତ୍ରୀ ଜଣକ ବାଧ୍ୟ ହୋଇ ଶିକ୍ଷା ବିଭାଗ ଠାରୁ ଆରମ୍ଭ କରି ପୁଲିସ ଏବଂ ଜିଲ୍ଲାପାଳ ସମସ୍ତଙ୍କୁ ଅଭିଯୋଗ କରିଥିଲେ। ତଥାପି ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି। ପୀଡ଼ିତା ଚାରିଆଡୁ ନିରାଶ ହେବା ପରେ ନ୍ୟାୟ ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି।

ଶିକ୍ଷୟିତ୍ରୀ ଜଣକ କହିଛନ୍ତି ଯେ, ମୋତେ ବାରମ୍ବାର ଫୋନ୍‌ କରନ୍ତି। ଫୋନ୍‌ରେ କୁହନ୍ତି ମୋତେ ଟିକେ ପ୍ରାଇଭେଟ୍‌ ଦେଖା କରିବୁ। ମୁଁ କହିଲି ମୁଁ ତ’ ଡେଲି ସ୍କୁଲ ଯାଉଛି। କ’ଣ ଏମିତି କଥା କହୁଛନ୍ତି। ଶିକ୍ଷକ ଜଣକ କହିଲେ ତୋସହିତ କିଛି କଥା ଅଛି। ମୁଁ କହିଲି ମୁଁ ତ’ ସ୍କୁଲ ଯାଉଛି। ଯାହା କହିବେ ସ୍କୁଲରେ କହିବେ। ସ୍କୁଲ ଯିବା ପରେ ସେ ମୋତେ କହିଲେ ମୁଁ ତୁମକୁ ଭଲ ପାଉଛି। ତୋତେ ବାହା ହେବି। ଦେଖିବା ପାଇଁ ତୁ ବହୁତ ସୁନ୍ଦର। ମୁଁ ଏହି କଥାରେ ବିରୋଧ କରିବାରୁ ଜୋରଜବରଦସ୍ତ କରି ସେ ଲୁଗା ଧରି ଟାଣିଲେ। ମୁଁ ପ୍ରତିବାଦ କରିବାରୁ ମୋତେ ଧମକଚମକ ଦେଲେ। କହିଲେ ତୋ ସ୍ୱାମୀଙ୍କୁ ବାଟରୁ ହଟାଇ ଦେବି ବୋଲି କହିଲେ। ସେପଟେ ଏହି ଅଭିଯୋଗକୁ ପ୍ରଧାନ ଶିକ୍ଷକ ରତିକାନ୍ତ ଜେନା ଖଣ୍ଡନ କରିଛନ୍ତି।

କିନ୍ତୁ ନିର୍ଯାତନା ସୀମା ଟପିଯିବାରୁ ଶିକ୍ଷୟିତ୍ରୀ ଜଣକ ବାଧ୍ୟ ହୋଇ ଶିକ୍ଷା ବିଭାଗ ଠାରୁ ଆରମ୍ଭ କରି ପୁଲିସ ଏବଂ ଜିଲ୍ଲାପାଳ ସମସ୍ତଙ୍କୁ ଅଭିଯୋଗ କରିଥିଲେ। ତଥାପି ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି। ପୀଡ଼ିତା ଚାରିଆଡୁ ନିରାଶ ହେବା ପରେ ନ୍ୟାୟ ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ସେପଟେ ଏହି ଅଭିଯୋଗକୁ ପ୍ରଧାନ ଶିକ୍ଷକ ରତିକାନ୍ତ ଜେନା ଖଣ୍ଡନ କରିଛନ୍ତି।

Related story