ମମିତା ମେହେର ହତ୍ୟା: ତଦନ୍ତ ତଦାରଖ କରିବେ ରିଟାର୍ଡ ଜିଲ୍ଲା ଜଜ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ତଦନ୍ତର ତଦାରଖ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏବିଏସ୍ ନାଇଡୁ କରିବେ। ଓଡ଼ିଶା ହାଇକୋର୍ଟ ଏହି ମାମଲାର ତଦନ୍ତର ତଦାରଖ କରିବା ପାଇଁ ଶ୍ରୀ ନାଇଡୁଙ୍କୁ ମନୋନୀତ କରିଛନ୍ତି। ଆସନ୍ତାକାଲିଠୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା ଓ ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀଙ୍କ ସମ୍ପକ୍ତିକୁ ନେଇ ଗୃହ ସରଗରମ ହେବାର ସମ୍ଭାବନା ଥିବାବେଳେ ତା’ପୂର୍ବରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟ ସରକାରଙ୍କ ସୂତ୍ରରୁ […]

Mamita Meher

Ordigital Desk
  • Published: Tuesday, 30 November 2021
  • , Updated: 30 November 2021, 08:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ତଦନ୍ତର ତଦାରଖ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏବିଏସ୍ ନାଇଡୁ କରିବେ। ଓଡ଼ିଶା ହାଇକୋର୍ଟ ଏହି ମାମଲାର ତଦନ୍ତର ତଦାରଖ କରିବା ପାଇଁ ଶ୍ରୀ ନାଇଡୁଙ୍କୁ ମନୋନୀତ କରିଛନ୍ତି। ଆସନ୍ତାକାଲିଠୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା ଓ ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀଙ୍କ ସମ୍ପକ୍ତିକୁ ନେଇ ଗୃହ ସରଗରମ ହେବାର ସମ୍ଭାବନା ଥିବାବେଳେ ତା’ପୂର୍ବରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି।

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ବରଖାସ୍ତ ସହ ଘଟଣାର ତଦନ୍ତ ସିବିଆଇ ଅବା ହାଇକୋର୍ଟଙ୍କ ଦ୍ୱାରା ଗଠିତ ଏସଆଇଟି ଦ୍ୱାରା କରିବା ପାଇଁ ବିରୋଧୀ ଦଳ ଦାବି କରି ଆସୁଛି । କିନ୍ତୁ ବିଧାନସଭା ଶୀତକାଳୀନ ଅଧିବେଶନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମମିତା ହତ୍ୟା ମାମଲାର ତଦନ୍ତର ତଦାରଖ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତି ଅବା ରିଟାର୍ଡ ବିଚାରପତି କିମ୍ବା ଜିଲ୍ଲା ଓ ସେସନ ଜଜଙ୍କ ଦ୍ୱାରା କରିବା ନିମନ୍ତେ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧ ଆଧାରରେ ରିଟାର୍ଡ ଜିଲ୍ଲା ଜଜ୍ ଏବିଏସ ନାଇଡୁଙ୍କୁ ତଦନ୍ତର ତଦାରଖ କରିବା ନିମନ୍ତେ ହାଇକୋର୍ଟ ମନୋନୀତ କରିଛନ୍ତି । ମମିତା ହତ୍ୟା ଭଳି ସମ୍ବେଦନଶୀଳ ମାମଲାର ତଦନ୍ତରେ ସ୍ୱଚ୍ଛତା ପାଇଁ ସରକାର ଏଭଳି ପଦକ୍ଷେପ ନେଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନାରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ମମିତା ମେହେର ହତ୍ୟାକୁ ଦୁଇମାସ ବିତିବାକୁ ବସିଥିବାବେଳେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଂଚ କିମ୍ବା ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇନଥିଲେ । ତେବେ ବିଧାନସଭା ଶୀତ ଅଧିବେଶନରେ ବିରୋଧୀ ଦଳ ଏହି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିବାର ଆଶଙ୍କା ଥିବାରୁ ଗତ ସପ୍ତାହରେ ହିଁ ହାଇକୋର୍ଟଙ୍କୁ ବିଧିବଦ୍ଧ ଅନୁରୋଧ କରିଥିବା ଆଇନ ବିଭାଗ ସୂତ୍ରରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୮ତାରିଖରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ବୀଭତ୍ସ ହତ୍ୟା କରାଯାଇଥିଲା । ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ ।

Related story