ଲଇକେରାର ୧୧ ସମିତି ସଭ୍ୟ ପଦ ପାଇଁ ଚାଲିଛି ମତଦାନ

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକରେ ବାତିଲ ହୋଇଥିବା ୧୧ଟି ପଞ୍ଚାୟତରେ ଆଜି ମତଦାନ କରାଯାଉଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଏହି ପଞ୍ଚାୟତଗୁଡିକରେ ସମିତି ସଭ୍ୟ ପଦ ପାଇଁ ନିର୍ବାଚନ ବାତିଲ ହୋଇଥିଲା। କୋର୍ଟର ରହିତାଦେଶ ଉଠିବା ପରେ ଆଜି ଏ ସବୁ ପଞ୍ଚାୟତରେ ମତଦାନ ହେଉଛି। ୧୨୮ଟି ବୁଥରେ ୩୭,୪୨୧ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ମଇଦାନରେ ୨୬ ଜଣ ପ୍ରାର୍ଥୀ ରହିଛନ୍ତି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା […]

laikera

Rakesh Mallick
  • Published: Wednesday, 31 May 2017
  • , Updated: 31 May 2017, 08:32 AM IST

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକରେ ବାତିଲ ହୋଇଥିବା ୧୧ଟି ପଞ୍ଚାୟତରେ ଆଜି ମତଦାନ କରାଯାଉଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଏହି ପଞ୍ଚାୟତଗୁଡିକରେ ସମିତି ସଭ୍ୟ ପଦ ପାଇଁ ନିର୍ବାଚନ ବାତିଲ ହୋଇଥିଲା। କୋର୍ଟର ରହିତାଦେଶ ଉଠିବା ପରେ ଆଜି ଏ ସବୁ ପଞ୍ଚାୟତରେ ମତଦାନ ହେଉଛି।

୧୨୮ଟି ବୁଥରେ ୩୭,୪୨୧ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ମଇଦାନରେ ୨୬ ଜଣ ପ୍ରାର୍ଥୀ ରହିଛନ୍ତି।

ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଫୋର୍ସ ମୁତୟନ କରାଯାଇଛି। ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଛି।

Related story