ସାନଭାଇର କାଠ ଫାଳିଆ ମାଡ଼ରେ ଭାଇ ଭାଉଜ ଗୁରୁତର

Ordigital Desk
  • Published: Wednesday, 06 September 2017
  • , Updated: 06 September 2017, 01:18 PM IST
<p>ସୋର : ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ବଧି ଗାଁରେ ଜମି ବିବାଦକୁ କେନ୍ଦ୍ରକରି ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡୋଗଳ ହୋଇଛି। ସାନ ଭାଇର କାଠ ଫାଳିଆ ମାଡରେ ବଡ ଭାଇ ଏବଂ ଭାଉଜ ଗୁରୁତର ଆହତ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତ ହୋଇଛନ୍ତି।</p> <p>ଅଭିଯୋଗ ଅନୁସାରେ ବଡ ଭାଇ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଏବଂ ସାନ ଭାଇ ରବୀନ୍ଦ୍ର ମଲ୍ଲିକ ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗି ରହିଥିଲା। ଆଜି ସକାଳେ ଏହାକୁ ନେଇ ଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ରବୀନ୍ଦ୍ର ପୂର୍ଣ୍ଣଚନ୍ଦ୍ର ଏବଂ ତାଙ୍କ ପତ୍ନୀ ବାସନ୍ତୀଙ୍କୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିବା ଔପଦା ଥାନାରେ ଅଭିଯୋଗ ହୋଇଛି। ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭତ୍&zwnj; କରିଥିଲେ।</p> <p>ଅଭିଯୋଗ ଆସିବା ପରେ ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।</p>

Related story