ସରକାରୀ ଜାଗାରେ ଠାକୁରଙ୍କ ପାଇଁ ନିର୍ମାଣ କରିବାକୁ କହି ନିଜ ପାଇଁ  ୭ ମହଲା କୋଠା ତୋଳିଲେ

କେନ୍ଦ୍ରାପଡ଼ା(ବନମାଳି ସାହୁ): ଆଳି ବ୍ଲକ ଅନ୍ତର୍ଗତ ଚାଇଁଲୋ ଗାଁରେ ଥିବା ଏକ ସରକାରୀ ଜମିରେ ଜଣେ ବ୍ୟକ୍ତି ବେଆଇନ ଭାବେ ଜବରଦଖଲ କରି ୭ ମହଲା ବିଶିଷ୍ଟ କୋଠା ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଚାଇଁଲୋ ଗ୍ରାମବାସୀମାନେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଆଳି ତହସିଲ୍‌ଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୂର୍ବରୁ ଚାଇଁଲୋ ଗାଁରେ ଥିବା ୮୭ ଡିସ୍‌ମିଲ ଜାଗାରେ ପଞ୍ଜିକୃତ ହୋଇଥିବା କ୍ଲବ, ଘର ଓ ଗାଁ ଠାକୁରଙ୍କର କିଛି ନଡ଼ିଆ ଗଛ ଥିଲା। ହେଲେ […]

bead49ad-c135-4522-9f46-c417b14b7c13

Rakesh Mallick
  • Published: Tuesday, 29 May 2018
  • , Updated: 29 May 2018, 10:19 PM IST

କେନ୍ଦ୍ରାପଡ଼ା(ବନମାଳି ସାହୁ): ଆଳି ବ୍ଲକ ଅନ୍ତର୍ଗତ ଚାଇଁଲୋ ଗାଁରେ ଥିବା ଏକ ସରକାରୀ ଜମିରେ ଜଣେ ବ୍ୟକ୍ତି ବେଆଇନ ଭାବେ ଜବରଦଖଲ କରି ୭ ମହଲା ବିଶିଷ୍ଟ କୋଠା ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଚାଇଁଲୋ ଗ୍ରାମବାସୀମାନେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଆଳି ତହସିଲ୍‌ଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ପୂର୍ବରୁ ଚାଇଁଲୋ ଗାଁରେ ଥିବା ୮୭ ଡିସ୍‌ମିଲ ଜାଗାରେ ପଞ୍ଜିକୃତ ହୋଇଥିବା କ୍ଲବ, ଘର ଓ ଗାଁ ଠାକୁରଙ୍କର କିଛି ନଡ଼ିଆ ଗଛ ଥିଲା। ହେଲେ ଜଣେ ବ୍ୟକ୍ତି ଗାଁ ଲୋକଙ୍କୁ ବୁଝାସୁଝା କରି ଠାକୁରଙ୍କ ଷ୍ଟୋର ରୁମ ନିର୍ମାଣ କରିବା ପାଇଁ ଅନୁମତି ନେଇଥିଲେ। ହେଲେ ଠାକୁରଙ୍କ ଷ୍ଟୋର ରୁମ ବଦଳରେ ଧୀରେ ଧୀରେ ୭ ମହଲା କୋଠା ନିର୍ମାଣ କଲେ।

ଏହାପରେ ଗ୍ରାମବାସୀମାନେ ବୁଝିବାରୁ ଏକ ଟ୍ରଷ୍ଟ ନାଁରେ କୋଠା ନିର୍ମାଣ ହେଉଥିବା ଜାଣିବାକୁ ପାଇଥିଲେ। ଏନେଇ ଚାଇଁଲୋ ଗ୍ରାମବାସୀ ପ୍ରଶାସନ ନିକଟରେ ଫେରାଦ୍‌ ହେବା ପରେ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲ୍‌ଦାର କହିଛନ୍ତି।

Related story