ବାତ୍ୟା ‘ଗୁଲାବ’ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପ ସାଗରରେ ସୃଷ୍ଟି ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ସନ୍ଧ୍ୟା ୬ଟାରୁ ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୂର୍ବରୁ ସୂଚନା ଦେଇଥିଲା ଆଇଏମ୍‌ଡି। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏହି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ୩ ଘଣ୍ଟା ଧରି ଚାଲିବ। କଳିଙ୍ଗପଟ୍ଟମଠାରୁ ୨୫ କିଲୋମିଟର ଦୂରରେ ଏହା ଉପକୂଳ ଅତିକ୍ରମ କରିବ। ପୂର୍ବ ଆକଳନ ଅନୁଯାୟୀ, […]

GulabCyclone

Jitendra Garnayak
  • Published: Sunday, 26 September 2021
  • , Updated: 26 September 2021, 06:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପ ସାଗରରେ ସୃଷ୍ଟି ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ସନ୍ଧ୍ୟା ୬ଟାରୁ ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୂର୍ବରୁ ସୂଚନା ଦେଇଥିଲା ଆଇଏମ୍‌ଡି।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏହି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ୩ ଘଣ୍ଟା ଧରି ଚାଲିବ। କଳିଙ୍ଗପଟ୍ଟମଠାରୁ ୨୫ କିଲୋମିଟର ଦୂରରେ ଏହା ଉପକୂଳ ଅତିକ୍ରମ କରିବ।

ପୂର୍ବ ଆକଳନ ଅନୁଯାୟୀ, ବାତ୍ୟା ଗୁଲାବ ଉପକୂଳ ଛୁଇଁବା ବେଳେ ପବନର ବେଗ ଘଣ୍ଟାକୁ ୭୫ରୁ ୮୫ କିମି ରହିବ। ପବନର ବେଗ ବଢ଼ି ଅତିବେଶୀରେ ଘଣ୍ଟା ପ୍ରତି ୯୫ କିମି ରହିପାରେ।

Related story