ମାଲକାନଗିରି (ଜିତେନ୍ଦ୍ର ବେଉରା): ପୁଣି ମାତିଲେ ମାଓବାଦୀ। ମାଲକାନଗିରି ସପ୍ତଧାରା ନଦୀ ନିକଟରେ ଆଜି ମାଓବାଦୀମାନେ ଆଜି ଆଇଡି ବିସ୍ଫୋରଣ କରିଛନ୍ତି। ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି।
ଆଜି ମାଲକାନଗିରି ଜୟପରୁ ମାଲକାନଗିରି ମୁଖ୍ୟ ରାସ୍ତା ନିକଟରେ ଥିବା ସପ୍ତଧାରା ନଦୀ ଅଞ୍ଚଳରେ ବିଏସଏଫ ର ଯବାନ ମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଜଣେ ଯବାନ ଗୁରୁତର ସୂଚନା ମିଳିଛି । ଆହତ ଯବାନ ଙ୍କନାମ ଜଗତ ପଲ ସିଙ୍ଗ ବୋଲି ଜଣାପଡ଼ିଛି। ତାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।