ଲାଞ୍ଜିଗଡ ବେଦାନ୍ତ ଆଲୁମିନା କମ୍ପାନୀ ଚାଲୁ ରଖିବା ଓ କଞ୍ଚାମାଲ ଯୋଗାଣ ଦାବିରେ କଳାହାଣ୍ଡି-ରାୟଗଡା ରାସ୍ତାରୋକ

ରାୟଗଡା: ଲାଞ୍ଜିଗଡ ସ୍ଥିତ ଦେବାନ୍ତ ଆଲୁମିନା କମ୍ପାନୀ ବକ୍ସାଇଟ‍‌ ଅଭାବରୁ ବନ୍ଦ ହେବାକୁ ଯାଉଥିବା ବେଳେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ସହ ସରକାର କଞ୍ଚାମାଲ ଯୋଗାଇ ଦେବା ଦାବିରେ ଆଜି କଳାହାଣ୍ଡି-ରାୟଗଡା ସୀମାନ୍ତ ପୋଖରୀବନ୍ଧ ନିକଟରେ ରାସ୍ତାରୋକ କରାଯାଇଛି। ଆଞ୍ଚଳିକ ବିକାଶ ପରିଷଦ ଡାକରାରେ ଏହି ରାସ୍ତାରୋକ କରାଯାଇଥିଲା । କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ଶହଶହ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ ।

rayagada

Rakesh Mallick
  • Published: Thursday, 03 September 2015
  • , Updated: 03 September 2015, 11:03 AM IST

ରାୟଗଡା: ଲାଞ୍ଜିଗଡ ସ୍ଥିତ ଦେବାନ୍ତ ଆଲୁମିନା କମ୍ପାନୀ ବକ୍ସାଇଟ‍‌ ଅଭାବରୁ ବନ୍ଦ ହେବାକୁ ଯାଉଥିବା ବେଳେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ସହ ସରକାର କଞ୍ଚାମାଲ ଯୋଗାଇ ଦେବା ଦାବିରେ ଆଜି କଳାହାଣ୍ଡି-ରାୟଗଡା ସୀମାନ୍ତ ପୋଖରୀବନ୍ଧ ନିକଟରେ ରାସ୍ତାରୋକ କରାଯାଇଛି। ଆଞ୍ଚଳିକ ବିକାଶ ପରିଷଦ ଡାକରାରେ ଏହି ରାସ୍ତାରୋକ କରାଯାଇଥିଲା । କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ଶହଶହ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ ।

ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବା ଫଳରେ କଳାହାଣ୍ଡି-ରାୟଗଡା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହେବା ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିଲା । ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଧର ପେଶନିଆ ଏହାର ନେତୃତ୍ୱ ନେଇଥିଲେ ।

ବେଦାନ୍ତ ବନ୍ଦ ହେଲେ ଉଭୟ କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ହଜାର ହଜାର ଲୋକ ପ୍ରଭାବିତ ହେବେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ବେଦାନ୍ତକୁ ସରକାର ଶୀଘ୍ର କଞ୍ଚାମାଲ ଯୋଗାଇଦେବା ସହ କମ୍ପାନୀ ଚଳାଇବାର ବ୍ୟବସ୍ଥା କରିବା ପାଇଁ ସେମାନେ ଦାବି କରିଛନ୍ତି ।

Related story