ପାରାଦୀପରେ ମାଛ ମଡ଼କ

Ordigital Desk
  • Published: Monday, 02 April 2018
  • , Updated: 02 April 2018, 12:17 PM IST
<p>ପାରାଦୀପ(ଓଡ଼ିଶା ରିପୋର୍ଟର): ପାରାଦୀପର ବଟ ନଦୀର ବାଲିଝରା ପଠାରେ ଅସଂଖ୍ୟ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଗତକାଲି ନଦୀରୁ ପ୍ରାୟ ୨ ଟନ୍ ମଲା ମାଛ ସ୍ଥାନୀୟ ଲୋକେ ଛାଣି ଥିବା ଅଭିଯୋଗ ହୋଇଛି। ମାଛ ମଡ଼କର ସଠିକ୍ କାରଣ ଜଣାପଡ଼ି ନ ଥିବା ବେଳେ ନଦୀରେ କେହି ବିଷ ପକାଇଥିବା ଅବା ମାଛମରା ଔଷଧ ପକାଇଥିବା ଅଭିଯୋଗ ହୋଇଛି। କିଛି ଦିନ ତଳେ ନଦୀରୁ ମାଛ ଚୋରି ହେଉଥିବା ଯୁବ ପରିଷଦ ଜାଣିବାକୁ ପାଇଥିଲା। ଯୁବ ପରିଷଦ ପକ୍ଷରୁ ନଦୀରୁ କିଛି ଜାଲ ମଧ୍ୟ ଜବତ କରାଯାଇଥିଲା। ଏହାପରେ ଗତକାଲିଠାରୁ ନଦୀରେ ମାଛ ମରୁଥିବା ଦେଖିବାକୁ ମିଳୁଛି।</p> <p>ଗତ ୨୦୧୬ ମସିହାରେ ମଧ୍ୟ ଏହି ନଦୀରେ ବହୁ ମାଛ ଓ ଅନ୍ୟାନ୍ୟ ଜଳଜୀବ ମରିଥିଲେ।</p>

Related story