ଡିସେମ୍ବର ୩୧ ସୁଦ୍ଧା ନରେନ୍ଦ୍ର ପୋଖରୀରେ କାର୍ଯ୍ୟକ୍ଷମ ହେବ ଲେଜର ଶୋ’ ପ୍ରକଳ୍ପ

Ordigital Desk
  • Published: Wednesday, 01 November 2017
  • , Updated: 01 November 2017, 10:42 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବ ନରେନ୍ଦ୍ର ପୋଖରୀରେ ଲେଜର ଶୋ ପ୍ରକଳ୍ପ। ଭୁବନେଶ୍ୱର ପର୍ଯ୍ୟଟନ ଭବନରେ ଅନୁଷ୍ଠିତ ବୈଠକରେ ଏନେ ବିଷଦ ଆଲୋଚନା ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ନୀଳମାଧବ ଥିମ୍&zwnj;ରେ ନରେନ୍ଦ୍ର ପୋଖରୀର ପାଣି ଉପରେ ଏହି ଶୋ&rsquo; ପ୍ରଦର୍ଶିତ ହେବ। ଏଥିସହିତ ପୁରୀରେ ନିର୍ମାଣାଧୀନ ସଂସ୍କୃତି ଭବନ କାର୍ଯ୍ୟ ମଧ୍ୟ ଡିସେମ୍ବର ସୁଦ୍ଧା ଶେଷ କରାଯିବ। ସଂସ୍କୃତି ଭବନ କାର୍ଯ୍ୟକ୍ଷମ ହେଲେ ଏହା ପୁରୀର ଅନ୍ୟତମ କନଫରେନ୍ସ ହଲ୍ ଭାବେ କାର୍ଯ୍ୟ କରିବ।</p> <p>ସେହିଭଳି ଅନ୍ନପୂର୍ଣ୍ଣା ରଙ୍ଗ ମଞ୍ଚ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶାମୁକା ପ୍ରକଳ୍ପ ଓ ପ୍ରସାଦ ଯୋଜନା ବର୍ତ୍ତମାନ ପରିବେଶ ମନ୍ତ୍ରାଳୟର ମଞ୍ଜୁରୀ ପାଇଁ ଅପେକ୍ଷା କରିଛି। ପରିବେଶ ବିଭାଗ ମଞ୍ଜୁରୀ ମିଳିବା ପରେ ଟେଣ୍ଡର ଆହ୍ୱାନ କରାଯାଇ ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି। ଏ ସମସ୍ତ ପ୍ରକଳ୍ପ କେବଳ ପୁରୀକୁ ଏକ ନୂତନ ପରିଚୟ ଦେବ ନାହିଁ ବରଂ ଓଡ଼ିଶାକୁ ପର୍ଯ୍ୟଟକଙ୍କୁ ଅଧିକ ଅତ୍କୃଷ୍ଟ କରିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।</p> <p>ଭୁବନେଶ୍ୱରରେ ଅନୁଷ୍ଠିତ ଏହି ବୈଠକରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ପର୍ଯ୍ୟଟନ ନିର୍ଦ୍ଦେଶକ, ପୁରୀ ଜିଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।</p>

Related story