ଆଜି ସରୁଛି ପ୍ରଚାର; ହାଇଭୋଲଟେଜ୍ କ୍ୟାମ୍ପେନ୍‌ରେ କମ୍ପୁଛି ଧାମନଗର

ଭଦ୍ରକ (ପାର୍ଥ ସାରଥୀ ନାୟକ):  ହାଇଭୋଲଟେଜ୍ କ୍ୟାମ୍ପେନ୍‌ରେ କମ୍ପୁଛି ଧାମନଗର । ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବହୁ ହେଭିୱେଟ । ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରଚାର ସରୁଥିବା ବେଳେ ଏହି ଅଞ୍ଚଳ ଏବେ ଉଠୁଛି ପଡ଼ୁଛି । ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ମନାଇବାକୁ ଲାଗି ପଡ଼ିଛନ୍ତି ସବୁ ଦଳ ଓ ସ୍ୱାଧୀନ ପ୍ରାର୍ଥୀ । ଆଜି ପ୍ରଚାରର ଶେଷ ଦିନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ […]

varsha

  • Published: Tuesday, 01 November 2022
  • , Updated: 01 November 2022, 02:57 PM IST

ଭଦ୍ରକ (ପାର୍ଥ ସାରଥୀ ନାୟକ):  ହାଇଭୋଲଟେଜ୍ କ୍ୟାମ୍ପେନ୍‌ରେ କମ୍ପୁଛି ଧାମନଗର । ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବହୁ ହେଭିୱେଟ । ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରଚାର ସରୁଥିବା ବେଳେ ଏହି ଅଞ୍ଚଳ ଏବେ ଉଠୁଛି ପଡ଼ୁଛି । ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ମନାଇବାକୁ ଲାଗି ପଡ଼ିଛନ୍ତି ସବୁ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ।

ଆଜି ପ୍ରଚାରର ଶେଷ ଦିନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି ।  ବିଜେପିର ବିଧାୟକ ମନ୍ତ୍ରୀ ଓ କର୍ମୀ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିଛନ୍ତି । ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ ଓ ସନ୍ତୋଷ ସିଂହ ସାଲୁଜାଙ୍କ ସହ ଅନେକ ନେତା ଦଳୀୟ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ପାଇଁ ଡୋର ଟୁ ଡୋର୍ କ୍ୟାମ୍ପେନ୍ କରିଛନ୍ତି ।

ବିଜେଡି ପାଇଁ ଆଜି ମଇଦାନକୁ ଓହ୍ଲାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସେ ଦଳୀୟ ବିଧାୟକ ଓ ନେତାଙ୍କ ସହ ମିଶି ପ୍ରଚାର କରିଛନ୍ତି । ସେହିପରି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବି ବିଭିନ୍ନ ସ୍ଥାନରେ ପହଞ୍ଚି ଲୋକଙ୍କୁ ଭୋଟ୍ ମାଗୁଛନ୍ତି । ଆସନ୍ତା ୩ ତାରିଖରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ ଓ ୬ ତାରିଖରେ ହେବ ଗଣତି ।

ବିଜେଡି ପାଇଁ ପ୍ରଚାର କରୁଥିବା ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି, ଲୋକଙ୍କ ମନରେ ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ କରୁଛନ୍ତି। ଆଗାମୀ ନିର୍ବାଚନରେ ବି କରିବେ। ଆମ ମୁଖ୍ୟମନ୍ତ୍ରୀ ଅପ୍ରତିଦ୍ୱନ୍ଦ୍ୱୀ, ତେଣୁ ବିଜେଡି ନିହାତି ଜିତିବ ।

https://youtu.be/m-vLOfNXm3s

କଂଗ୍ରେସର ସୁର ରାଉତରାୟ କହିଛନ୍ତି, ଏଠାରେ ଯାହା ସବୁ ଉନ୍ନତିମୂଳକ କାମ ହୋଇଛି, ତାହା କଂଗ୍ରେସ ଅମଳରେ ହୋଇଛି। ୨୨ ବର୍ଷରେ ବିଜେଡି କିଛି କରିନି। ଧାମନଗର ସ୍ୱାଭିମାନ ଅଞ୍ଚଳ ହୋଇଥିବାରୁ ଆମ ପ୍ରାର୍ଥୀ ଜିତିବେ। ମୁଖ୍ୟମନ୍ତ୍ରୀଙ୍କୁ ଆଉ ଲୋକେ ପଚାରୁ ନାହାନ୍ତି। ସୁନା ଇଟା ଦେଲେବି ଏଠିକାର ଯୁବ ପୀଢ଼ି କିଣା ହେବେନି। ତେଣୁ ଏଥର କଂଗ୍ରେସ ଜିତିବ ।

କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ସେଠୀ କହିଛନ୍ତି, କଂଗ୍ରେସର ପ୍ରଚାର ଜୋରଦାର ହୋଇଛି। ଧାମନଗର ଲୋକେ ମୋ’ ସହ ଅଛନ୍ତି। ବିଜେଡି, ବିଜେପି ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି। ଲୋକେ ଏହା ବୁଝି ସାରିଲେଣି। ତେଣୁ ସେମାନେ ଏଥର କଂଗ୍ରେସକୁ ବାଛିବେ।

https://youtu.be/_aavckjM4Tg

 

Related story