ଏମସ ପରିସରରେ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ଏମସ୍ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଉନ୍ମୋଚନ କରିଛନ୍ତି। ବାଜପେୟୀଙ୍କ ୯୫ତମ ଜନ୍ମଦିବସ ଅବସରରେ ତାଙ୍କର ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଥିଲେ ଯେ, ଭୁବନେଶ୍ୱରରେ ଏମସ୍ ସ୍ଥାପନରେ ବାଜପେୟୀଙ୍କ ଅବଦାନ ଥିଲା। ଓଡ଼ିଶାରେ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ ନିମନ୍ତେ ସେ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେବା ସହ ଏହି ଯୋଜନା ଲାଗୁ ହେଲେ ରାଜ୍ୟର […]

790

790

Tapas Behera
  • Published: Wednesday, 25 December 2019
  • Updated: 25 December 2019, 07:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ଏମସ୍ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଉନ୍ମୋଚନ କରିଛନ୍ତି।

ବାଜପେୟୀଙ୍କ ୯୫ତମ ଜନ୍ମଦିବସ ଅବସରରେ ତାଙ୍କର ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଥିଲେ ଯେ, ଭୁବନେଶ୍ୱରରେ ଏମସ୍ ସ୍ଥାପନରେ ବାଜପେୟୀଙ୍କ ଅବଦାନ ଥିଲା। ଓଡ଼ିଶାରେ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ ନିମନ୍ତେ ସେ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେବା ସହ ଏହି ଯୋଜନା ଲାଗୁ ହେଲେ ରାଜ୍ୟର ବହୁ ଗରିବ ହିତାଧିକାରୀ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ସମଗ୍ର ଦେଶରେ ଦେଢଲକ୍ଷ ୱେଲନେସ ସେଣ୍ଟର ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୨୦ ମସିହା ସୁଦ୍ଧା ୪୦ହଜାର ୱେଲନେସ ସେଣ୍ଟର ସ୍ଥାପନ ହେବ। ସେହିପରି ୧୫୭ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ମେଡିକାଲ କଲେଜକୁ ଉନ୍ନୀତ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଦ୍ୱାରା ଏମ୍ସ ମେଡିକାଲର ମୋଡୁଲାର ଅପରେସନ ଥିଏଟର, ଆଇସିୟୁ କମ୍ପେକ୍ସର ଶିଳାନ୍ୟାସ ଓ କାଥ୍ ଲ୍ୟାବ,ଡିଏଫଆରର ଉଦଘାଟିତ ହୋଇଥିଲ।।

ସେହିପରି ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏମସ୍ ଭୁବନେଶ୍ୱର ଓ ମହାନଦୀ କୋଲ୍ ଫିଲଡ କମ୍ପାନୀକୁ କୃତଜ୍ଞତା ଜଣାଇଥିଲେ। ଗତ ୨ ବର୍ଷ ତଳେ ତକ୍ରାଳୀନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଏଥିପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଏମସରେ ୪୦ଟି ବିଭାଗ ଖୋଲାଯାଇଛି। ଓଡ଼ିଶାକୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ। ଓଡିଶା ସରକାର ଏପର୍ଯ୍ୟନ୍ତ ଆୟୁଷ୍ମାନ ଯୋଜନାକୁ ଗ୍ରହଣ କରିନାହାନ୍ତି।
ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେଡି ସାଂସଦ ଅମର ପଟ୍ଟନାୟକ ଓ ଅନୁଭବ ମହାନ୍ତି ଓ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos