ସମୟ ଦେଖି ଶ୍ରୀକ୍ଷେତ୍ର ଆସିବେ ବୋଲି କହିଥିଲେ ବିପିନ୍‌ ରାୱତ

ପୁରୀ (ଓଡ଼ିଶା ରିପୋର୍ଟର): ‘ଲଭ୍‌ ଅଫ୍‌ ଗଡ୍‌’- ଶ୍ରୀକ୍ଷେତ୍ର ଛାଡ଼ିବା ପୂର୍ବରୁ ରାମଚନ୍ଦ୍ର ପୁରାଣପଣ୍ଡାଙ୍କୁ ଏହି ପଦିଏ କଥା କହିଥିଲେ ସିଡିଏସ୍‌ ବିପିନ୍‌ ରାୱତ। ତାହା ସହିତ ତାଙ୍କ ସଙ୍ଗେ ଫଟୋଟିଏ ଉଠାଇଥିଲେ। କିନ୍ତୁ ରାୱତଙ୍କ ସେହି ପଦିଏ ଇଂରାଜୀ କଥାର ଅର୍ଥ ବୁଝିପାରିନଥିଲେ ରାମଚନ୍ଦ୍ର ପୁରାଣପଣ୍ଡା। ତେବେ ଗତକାଲି ତା’ର ଅର୍ଥ ବୁଝି ଯାଇଥିଲେ ସେ। ‘ଲଭ୍‌ ଅଫ୍‌ ଗଡ୍‌’ ଅର୍ଥ ହେଉଛି ପ୍ରଭୁ ଯାହାକୁ ଭଲ ପାଆନ୍ତି। ପ୍ରଭୁଙ୍କୁ କେହି ଭଲ ପାଇବା ଦରକାର […]

Puri

Puri

Manoranjan Sial
  • Published: Thursday, 09 December 2021
  • Updated: 09 December 2021, 05:26 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ‘ଲଭ୍‌ ଅଫ୍‌ ଗଡ୍‌’- ଶ୍ରୀକ୍ଷେତ୍ର ଛାଡ଼ିବା ପୂର୍ବରୁ ରାମଚନ୍ଦ୍ର ପୁରାଣପଣ୍ଡାଙ୍କୁ ଏହି ପଦିଏ କଥା କହିଥିଲେ ସିଡିଏସ୍‌ ବିପିନ୍‌ ରାୱତ। ତାହା ସହିତ ତାଙ୍କ ସଙ୍ଗେ ଫଟୋଟିଏ ଉଠାଇଥିଲେ। କିନ୍ତୁ ରାୱତଙ୍କ ସେହି ପଦିଏ ଇଂରାଜୀ କଥାର ଅର୍ଥ ବୁଝିପାରିନଥିଲେ ରାମଚନ୍ଦ୍ର ପୁରାଣପଣ୍ଡା। ତେବେ ଗତକାଲି ତା’ର ଅର୍ଥ ବୁଝି ଯାଇଥିଲେ ସେ।

‘ଲଭ୍‌ ଅଫ୍‌ ଗଡ୍‌’ ଅର୍ଥ ହେଉଛି ପ୍ରଭୁ ଯାହାକୁ ଭଲ ପାଆନ୍ତି। ପ୍ରଭୁଙ୍କୁ କେହି ଭଲ ପାଇବା ଦରକାର ନାହିଁ। ପ୍ରଭୁ ହିଁ ତାଙ୍କୁ (ସିଡିଏସ୍‌ ବିପିନ ରାୱତ) ଭଲ ପାଉଥିଲେ। ତେଣୁ ପ୍ରଭୁ ତାଙ୍କୁ କାଲି ବାଛି ନେଇଯାଇଛନ୍ତି ବୋଲି ଦରଦ ଭରା କଣ୍ଠରେ କହିଛନ୍ତି ଶ୍ରୀ ପୁରାଣପଣ୍ଡା।

ଶେଷ ଥର ପାଇଁ ୨୦୧୭ରେ ଓଡ଼ିଶା ଆସିଥିଲେ ବିପିନ୍‌ ରାୱତ। ସେତେବେଳେ ସେ ସ୍ଥଳ ସେନା ମୁଖ୍ୟ ଥିଲେ ଓ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ସାମ୍ନାରେ ସେ ନିଜ ପାଇଁ କିଛି ମାଗିନଥିଲେ। ନିଜର ସାଥୀ ଯବାନ, ଯବାନଙ୍କ ପରିଜନ ଓ ବୀରଗାମୀ ପ୍ରାପ୍ତି ହୋଇଥିବା ଯବାନଙ୍କ ପରିବାରଙ୍କ ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନ କରିଥିଲେ। ତାଙ୍କ ଅବର୍ତ୍ତମାନରେ ଏହି କଥାକୁ ମନେ ପକାଇଛନ୍ତି ଶ୍ରୀମନ୍ଦିର ସେବାୟତ ରାମଚନ୍ଦ୍ର ପୁରାଣପଣ୍ଡା, ଯିଏ ସେଦିନ ତାଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ।

ସ୍ୱର୍ଗତ ବିପିନ ରାୱତଙ୍କ ସ୍ମୃତିକୁ ମନେ ପକାଇ ପୁରାଣପଣ୍ଡା କହିଛନ୍ତି, “ଗୋପାଳପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଆସିଥିବା ବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପୁରୀ ଆସିଥିଲେ। ମୁଁ ପଣ୍ଡା ହିସାବରେ ତାଙ୍କୁ ସ୍ୱାଗତ କରିଥିଲି। ତାଙ୍କୁ ଶ୍ରୀମନ୍ଦିର ଭିତରକୁ ନେଇ ଯାଇଥିଲି। ସେ ମହାପ୍ରଭୁଙ୍କ ଆଗରେ ଠିଆ ହୋଇ ନିଜ ସାଥୀ ଯବାନଙ୍କ ପାଇଁ ପ୍ରାର୍ଥନା କରିଥିଲେ। ପରେ ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ମନ୍ଦିର ବୁଲି ଦର୍ଶନ କରିଥିଲେ।”

ରାମଚନ୍ଦ୍ର ପୁରାଣପଣ୍ଡା ଆହୁରି କହିଛନ୍ତି-“୧୦ ଦିନ ତଳେ ତାଙ୍କୁ ଫୋନ୍‌ କରିଥିଲି। ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସାରଙ୍କୁ ନିମନ୍ତ୍ରଣ କରିଥିଲି। ସେ କହିଥିଲେ- ସମୟ ଦେଖି ନିଶ୍ଚିତ ଯିବି ଓ ମହାପ୍ରଭୁଙ୍କୁ ଦର୍ଶନ କରିବି। କିନ୍ତୁ ଭାଗ୍ୟରେ ନାହିଁ। ଆମେ ମଧ୍ୟ ହତଭାଗା। ତାଙ୍କୁ ଭେଟି ପାରିଲୁ ନାହିଁ। ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛୁ, ଏପରି ବୀରପୁତ୍ରଙ୍କୁ ଆଉଥରେ ଜନ୍ମ ଦିଅନ୍ତୁ। ପୁଣି ଥରେ ତାଙ୍କୁ ଭାରତ ମାଆଙ୍କ ପାଇଁ କାମ କରିବାକୁ ସୁଯୋଗ ଦିଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story