ସୁଯୋଗ ଅପେକ୍ଷାରେ ମହାରଥୀଙ୍କ ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପରେ ଏବେ ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେଲାଣି। ଏଥିପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତ ଆରମ୍ଭ କରିଦେଲେଣି। ତିନି ଦଳ ପକ୍ଷରୁ ପ୍ରାର୍ଥୀ ଖୋଜା ବି ଆରମ୍ଭ ହୋଇଗଲାଣି।  ପିପିଲି ବିଧାନ ସଭା ନିର୍ବାଚନମଣ୍ଡଳଟି ଶାଶକ ବିଜେଡି ହାତରେ ଥିଲା। ପିପିଲିରୁ ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଉକ୍ତ ଆସନଟି ଖାଲି ପଡ଼ିଛି। ବିଜେଡିର ଗଡ଼ କୁହାଯାଉଥିବା  ପିପିଲି ବିଧାନସଭା […]

7nmb

Tapas Behera
  • Published: Wednesday, 20 January 2021
  • , Updated: 20 January 2021, 04:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପରେ ଏବେ ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେଲାଣି। ଏଥିପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତ ଆରମ୍ଭ କରିଦେଲେଣି। ତିନି ଦଳ ପକ୍ଷରୁ ପ୍ରାର୍ଥୀ ଖୋଜା ବି ଆରମ୍ଭ ହୋଇଗଲାଣି।  ପିପିଲି ବିଧାନ ସଭା ନିର୍ବାଚନମଣ୍ଡଳଟି ଶାଶକ ବିଜେଡି ହାତରେ ଥିଲା। ପିପିଲିରୁ ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଉକ୍ତ ଆସନଟି ଖାଲି ପଡ଼ିଛି।

ବିଜେଡିର ଗଡ଼ କୁହାଯାଉଥିବା  ପିପିଲି ବିଧାନସଭା କ୍ଷେତ୍ରରୁ ପ୍ରଦୀପ ମହାରଥୀ ୭ ଥର ବିଧାୟକ ଭାବେ ଜିତି ମନ୍ତ୍ରୀ ପଦ ବି ପାଇଥିଲେ। ତେବେ କରୋନାରେ ମୃତ୍ୟୁ ପରେ ପିପିଲିରେ ଉପନିର୍ବାଚନ ହେବାକୁ ଯାଉଛି। ତେବେ ବିଜେଡିରୁ ଏଠାରେ କିଏ ହେବେ ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚାରେ ଲାଗି ରହିଥିବା ବେଳେ ମହାରଥୀଙ୍କ ପରିବାର ସପକ୍ଷରେ ଅନୁକମ୍ପା ହାୱା ରହିଛି । ତେବେ ଦାବିଦାର ଓ ଯୋଗ୍ୟ ପ୍ରାର୍ଥୀ ଭାବେ ତାଙ୍କ ପରିବାରରୁ ୪ ଜଣଙ୍କ ନାମ ଉଠୁଥିଲ।

ମହାରଥୀଙ୍କ ପତ୍ନୀ ପ୍ରତିଭା, ପୁଅ ରୁଦ୍ର ପ୍ରତାପ , ଝିଅ  ପଲ୍ଲବୀ  ଏବଂ ଜ୍ୱାଇଁ ଅର୍ଦ୍ଧେନ୍ଦୁଙ୍କର ନାମକୁ ନେଇ ଚର୍ଚ୍ଚା ହୋଇ ଆସୁଥିଲା।  ଏବେ ପ୍ରାର୍ଥୀପତ୍ରକୁ ନେଇ ମୁହଁ ଖୋଲିଛନ୍ତି ମହାରଥୀଙ୍କ ପତ୍ନୀ  ପ୍ରତିଭା ମହାରଥୀ। ସେ କହିଛନ୍ତି ଯେ, ବିଜେଡି ସୁପ୍ରିମୋ ଯାହାକୁ ଚାହିଁବେ, ମୁଁ ଗ୍ରହଣ କରିବି। ମୋତେ ସୁଯୋଗ ମିଳିଲେ ମୁଁ ଖୁସି ହେବି ବୋଲି  ପ୍ରତିଭା ମହାରଥୀ କହିଛନ୍ତି।  ପିପିଲି ନିର୍ବାଚନୀ ମଣ୍ଡଲିରୁ ୨୦୧୯ ନିର୍ବାଚନରେ ମହାରଥୀ ଏଠାରୁ ୮୮,୫୧୮ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ  ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଆଶ୍ରିତ ପଟ୍ଟନାୟକ ୭୨,୭୩୧ଖଣ୍ଡ ଭୋଟ ଭୋଟ ପାଇଥିଲେ ।

Related story