ଆନ୍ଦୋଳନ ବନ୍ଦ କର, ତୁରନ୍ତ କାମରେ ଯୋଗ ଦିଅ: ଭାରତୀୟ ବାର୍ କାଉନ୍‌ସିଲର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସୁପ୍ରିମକୋର୍ଟଙ୍କ ପରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନକୁ ବାର୍ କାଉନସିଲ ଅଫ ଇଣ୍ଡିଆର ଝଟ୍‌କା।  ରାଜ୍ୟରେ ଓକିଲଙ୍କ ଆନ୍ଦୋଳନକୁ ଅନାବଶ୍ୟକ ଓ ଭିତ୍ତିହୀନ କହିବା ସହ ଏହା ତୁରନ୍ତ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ। ଏନେଇ ଓଡ଼ିଶା ହାଇକୋର୍ଟ ବାର୍ ସଂଘ ସମେତ ଆନ୍ଦୋଳନରତ ରାଜ୍ୟର ମୋଟ ୬୮ଟି ବାର୍ ସଂଘ ସଭାପତି ଓ ସଂପାଦକଙ୍କୁ ଲିଖିତ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାରେ ଓକିଲ ଆନ୍ଦୋଳନ […]

vcx

Tapas Behera
  • Published: Monday, 28 October 2019
  • , Updated: 28 October 2019, 08:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସୁପ୍ରିମକୋର୍ଟଙ୍କ ପରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନକୁ ବାର୍ କାଉନସିଲ ଅଫ ଇଣ୍ଡିଆର ଝଟ୍‌କା।  ରାଜ୍ୟରେ ଓକିଲଙ୍କ ଆନ୍ଦୋଳନକୁ ଅନାବଶ୍ୟକ ଓ ଭିତ୍ତିହୀନ କହିବା ସହ ଏହା ତୁରନ୍ତ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ। ଏନେଇ ଓଡ଼ିଶା ହାଇକୋର୍ଟ ବାର୍ ସଂଘ ସମେତ ଆନ୍ଦୋଳନରତ ରାଜ୍ୟର ମୋଟ ୬୮ଟି ବାର୍ ସଂଘ ସଭାପତି ଓ ସଂପାଦକଙ୍କୁ ଲିଖିତ ନିର୍ଦ୍ଦେଶ ଦିଆଯାଇଛି।

ଓଡ଼ିଶାରେ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନୋଟିସ୍ ପାଇବା ପରେ ବାର୍ କାଉନସିଲର ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଥିଲା । ଅନାବଶ୍ୟକ ଓ ଭିତ୍ତିହୀନ ଆନ୍ଦୋଳନ ଯୋଗୁଁ ଅନେକ କାର୍ଯ୍ୟ ଦିବସ ନଷ୍ଟ ହୋଇଛି। ତେଣୁ ନ୍ୟାୟ ପାଇଁ ଆସୁଥିବା ଲୋକେ ହନ୍ତସନ୍ତ ହୋଇଛନ୍ତି ଏବଂ ଏଥିଯୋଗୁଁ ବ୍ୟାପକ ରାଜସ୍ୱ କ୍ଷତି ହୋଇଥିବା ନେଇ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି ।  ଅଯୌକ୍ତିକ କାରଣ ଯୋଗୁଁ ଗୋଟିଏ ଦିନ ବି କୋର୍ଟ ବନ୍ଦ କରିବା କାଉନସିଲ୍ ବରଦାସ୍ତ କରିବ ନାହିଁ ଏବଂ ଏହାକୁ ବିଶୃଙ୍ଖଳିତ ଆଚରଣ ଭାବେ ବିବେଚନା କରାଯିବ ବୋଲି ଚେତାବନୀ ଦେଇଛି ବିସିଆଇ ।

ଏହି ନିର୍ଦ୍ଦେଶ ଅବମାନନା କଲେ ସଂପୃକ୍ତ ଆଇନଜୀବୀଙ୍କୁ ନିଲମ୍ବନ କରାଯାଇପାରେ ଏବଂ ଦୋଷ ପ୍ରମାଣିତ ହେଲେ କୌଣସି ବାର୍ ନିର୍ବାଚନ ଲଢ଼ିବାକୁ ଦିଆଯିବ ନାହିଁ ବୋଲି ମଧ୍ୟ ସଫାସଫା ଶୁଣାଇ ଦେଇଛି କାଉନ୍‌ସିଲ୍ । ବାର୍ ଆସୋସିଏସନ୍ ମାନେ ଜରୁରୀକାଳୀନ ବୈଠକ ଡକାଇ ଏହି ନିର୍ଦ୍ଦେଶ ଉପରେ ପଦକ୍ଷେପ ନେବା ସହ ନଭେମ୍ବର ୩ ତାରିଖ ସୁଦ୍ଧା ଏନେଇ କାଉନସିଲକୁ ଅବଗତ କରାଇବାକୁ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

Related story