ଆନ୍ଦୋଳନ ବେଳେ ଉତ୍ତେଜନା: ମୁହାଁମୁହିଁ ହେଲେ ପୁଲିସ୍‌-ଓକିଲ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର କଚେରି ଛକରେ ଚାଲିଥିବା ଓକିଲଙ୍କ ଆନ୍ଦୋଳନ ବେଳେ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହି ଆନ୍ଦୋଳନ ବେଳେ ପୁଲିସ୍‌-ଓକିଲ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓକିଲଙ୍କ ଟେଣ୍ଟ ଉପାଡ଼ି ଉପାଡ଼ି ଫିଙ୍ଗି ଦେଇଛି ପୁଲିସ୍‌ । ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିଥିବା ବେଳେ ବହୁ ସଂଖ୍ୟାରେ ପୁଲିସ୍‌ ଫୋର୍ସ […]

smb

  • Published: Wednesday, 30 November 2022
  • , Updated: 30 November 2022, 11:54 AM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର କଚେରି ଛକରେ ଚାଲିଥିବା ଓକିଲଙ୍କ ଆନ୍ଦୋଳନ ବେଳେ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହି ଆନ୍ଦୋଳନ ବେଳେ ପୁଲିସ୍‌-ଓକିଲ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓକିଲଙ୍କ ଟେଣ୍ଟ ଉପାଡ଼ି ଉପାଡ଼ି ଫିଙ୍ଗି ଦେଇଛି ପୁଲିସ୍‌ । ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିଥିବା ବେଳେ ବହୁ ସଂଖ୍ୟାରେ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି।

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସପ୍ତାହର ପ୍ରତି ବୁଧବାର ସମ୍ବଲପୁର ବାର କାଉନସିଲର ଓକିଲମାନେ କୋର୍ଟ କାର୍ଯ୍ୟ ବର୍ଜନ ସହ କୋର୍ଟ ସମ୍ମୁଖରେ ଆନ୍ଦୋଳନ କରିଥାନ୍ତି। ଏହି ଦିନ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସବୁ ସରକାର କାର୍ଯ୍ୟାଳୟ ବି ବନ୍ଦ ରହିଥାଏ।  ଅପରପକ୍ଷେ, କୋର୍ଟ କାର୍ଯ୍ୟରେ ଯୋଗ ଦେବା ନିମନ୍ତେ ଆସୁଥିବା ବିଚାରପତି ମଧ୍ୟ କାର୍ଯ୍ୟରେ ଯୋଗ ନ ଦେଇ ଫେରି ଯାଉଥିବା ଦେଖିବାକୁ ମିଳିଛି।

ଦୀର୍ଘ ଦିନ ଧରି ଏପରି ଆନ୍ଦୋଳନ ଚାଲୁ ରହି କୋର୍ଟ କାର୍ଯ୍ୟ ବ୍ୟାହାତ ହେବା ଯୋଗୁ କିଛି ଦିନ ପୂର୍ବେ ବାର୍‌ କାଉନସିଲ ଉପରେ ବର୍ଷିଥିଲେ ସୁର୍ପିମକୋର୍ଟ। ଆନ୍ଦୋଳନ ପ୍ରତ୍ୟାହାର ନ ହେଲେ ବାର୍‌ କାଉନ୍‌ସିଲ୍ ଅଫ ଇଣ୍ଡିଆରୁ ସଂପୃକ୍ତ ଓକିଲଙ୍କ ଲାଇସେନ୍ସ ବାତିଲ କରାଯିବ ବୋଲି ଚେତାବନୀ ମଧ୍ୟ  ଦେଇଥିଲେ  ଆନ୍ଦୋଳନ ଯୋଗୁ ଲୋକେ ନ୍ୟାୟ ପାଇବାର ବଂଚିତ ହେଉଥିବା ଦର୍ଶାଇ କୋର୍ଟ ଏହି ନିର୍ଦ୍ଦେଶ ଶୁଣାଇଥିଲେ।

ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ସତ୍ତ୍ୱେ ସମ୍ବଲପୁର ବାର୍‌ କାଉନସିଲ ପକ୍ଷରୁ ପୂର୍ବ ପରି ସବୁ ବୁଧବାର ଆନ୍ଦୋଳନ ଚାଲୁ ରହିଥିଲା। ଆଜି ସକାଳେ ଓକିଲଙ୍କ ସମେତ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ମଧ୍ୟ ଆନ୍ଦୋଳନରେ ବସିଥିଲେ। ଏହି ସମୟରେ ବିଚାରପତିମାନେ କଚେରି ଛକରେ ପହଞ୍ଚି  ପୁଲିସ ସୁରକ୍ଷା ବଳୟରେ କୋର୍ଟକୁ ଯିବାକୁ ଚାହିଁଥିଲେ। ମାତ୍ର ଓକିଲମାନେ ସେମାନଙ୍କ ରାସ୍ତା ଅବରୋଧ କରିବାରୁ ପୁଲିସ୍‌ ସେମାନଙ୍କୁ ତାଗିଦ କରିଥିଲା। ପୁଲିସ୍‌ ବିଚାରପତିଙ୍କୁ କୋର୍ଟ ଭିତରକୁ ନେବାକୁ ତତ୍ପର ହେବାରୁ ଉଭୟ ପୁଲିସ୍‌ ଓ ଓକିଲ ମୁହାଁମୁହିଁ ହୋଇଥିଲେ।

ଆନ୍ଦୋଳନକାରୀ ଓକିଲମାନେ ବିଚାରପତିମାନଙ୍କୁ ଏକ ଘଣ୍ଟା  ଧରି କଚେରୀ ଛକରେ  ଘେରାଉ କରି ପ୍ରତିବାଦ କରିଥିଲେ । ପୁଲିସ୍‌ ଘଟଣାର ସମାଧାନ କରିବାକୁ ଚେଷ୍ଟା କରିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଭୟ ପକ୍ଷ ଧସ୍ତାଧସ୍ତି ହୋଇଥିଲେ।  ନିଜ ଅଞ୍ଚଳ ମାଟିର ଦାବି ହାଇକୋର୍ଟ ବେଞ୍ଚ ପାଇଁ ଜିଲ୍ଲାଓକିଲ ସଂଘ ଲଢ଼େଇ ଯାରି ରଖିଛି ବୋଲି ଜିଲ୍ଲା ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର କହିଛନ୍ତି ।

ସୁପ୍ରିମ କୋର୍ଟ ନିର୍ଦ୍ଦେଶନାମାର କୌଣସି ନକଲ ନ ଥିବା କହିଛନ୍ତି ସମ୍ବଲପୁର ବାର ଆସୋସିଏଶନ  ସଭାପତି ତଥା ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର । ଏହାର ନକଲ ମିଳିଲେ ତର୍ଜମା କରି ପଦକ୍ଷେପ ନେବେ ତଥା ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ମାନିବେ ବୋଲି କହିଛନ୍ତି।

Related story