୧୦୦ରୁ ଅଧିକ କୁକୁଡ଼ା ଖାଇଗଲା କଲରାପତରିଆ ବାଘ

ପାଟଣାଗଡ଼(ଓଡ଼ିଶା ରିପୋର୍ଟର): କୁକୁଡ଼ା ଫାର୍ମରେ ବ୍ରଏଲର୍‌ ଓ ଦେଶୀ କୁକୁଡ଼ା ଖାଇଗଲା କଲରାପତରିଆ ବାଘ। ଗତକାଲି ରାତିରେ ଏପରି ଘଟଣା ପାଟଣାଗଡ ଖପ୍ରାଖୋଲ ବ୍ଲକ୍‌ର ରେଙ୍ଗାଲି ଗାଁରେ ଘଟିଛି। ଆଜି ସକାଳେ ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ବାଘଟି ୧୦୦ରୁ ଅଧିକ କୁକୁଡ଼ା ଖାଇଥିବା ଅନୁମାନ କରାଯାଉଛି। ଆଜି ସକାଳେ ବନ ବିଭାଗ କୁକୁଡ଼ା ଫାର୍ମ ଯାଇ ସ୍ଥିତି ଅନୁଧ୍ୟାନ କରିଛି। ଫାର୍ମ ନିକଟରେ ୫୦ରୁ ଅଧିକ […]

tiger

Manoranjan Sial
  • Published: Thursday, 17 December 2020
  • , Updated: 17 December 2020, 10:50 AM IST

ପାଟଣାଗଡ଼(ଓଡ଼ିଶା ରିପୋର୍ଟର): କୁକୁଡ଼ା ଫାର୍ମରେ ବ୍ରଏଲର୍‌ ଓ ଦେଶୀ କୁକୁଡ଼ା ଖାଇଗଲା କଲରାପତରିଆ ବାଘ। ଗତକାଲି ରାତିରେ ଏପରି ଘଟଣା ପାଟଣାଗଡ ଖପ୍ରାଖୋଲ ବ୍ଲକ୍‌ର ରେଙ୍ଗାଲି ଗାଁରେ ଘଟିଛି। ଆଜି ସକାଳେ ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

ବାଘଟି ୧୦୦ରୁ ଅଧିକ କୁକୁଡ଼ା ଖାଇଥିବା ଅନୁମାନ କରାଯାଉଛି। ଆଜି ସକାଳେ ବନ ବିଭାଗ କୁକୁଡ଼ା ଫାର୍ମ ଯାଇ ସ୍ଥିତି ଅନୁଧ୍ୟାନ କରିଛି। ଫାର୍ମ ନିକଟରେ ୫୦ରୁ ଅଧିକ ଦେଶୀ ଓ ବ୍ରଏଲ କୁକୁଡା, ହଂଶର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଏପରିକି ବାଘର ପାଦ ଚିହ୍ନ ଚିହ୍ନଟ କରାଯାଇଛି।

Related story