ବାତ୍ୟା ବିଭୀଷିକା ପରେ କେମିତି କଟୁଛି ବିପନ୍ନଙ୍କ ଦିନ

ବ୍ରହ୍ମଗିରି/ପୁରୀ(ଓଡ଼ିଶା ରିପୋର୍ଟର):ବାତ୍ୟା ଫୋନି ତାଣ୍ଡବ ରଚିଲା। ଉଜାଡ଼ିଦେଲା ବାସ ବେଉସା। ମାଟିରେ ମିଶାଇଦେଲା ଧନ ଜୀବନ। ବଡ଼ଠାକୁରଙ୍କ ବଡ଼ଦେଉଳ ହେଉ କିମ୍ବା ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ମେହନତି ମଣିଷର ଗାଁ ହେଉ, ସବୁଠି ଧ୍ୱସ୍ତବିଧ୍ୱସ୍ତର ଚିତ୍ର । ଅବଶ୍ୟ ଇତିମଧ୍ୟରେ ପ୍ରାଣଘାତୀ ଫୋନିକୁ ଆଠଦିନ ବିତିଯାଇଛି। ହେଲେ ଦୂର ହେଉନି ଗାଁ ଲୋକଙ୍କ ଦୁର୍ଦ୍ଦଶା। ନା ସରକାର ନା ପ୍ରଶାସନ। ସହାୟତା ତ ଦୂରର କଥା ସମବେଦନା ଜଣାଇବାକୁ ବି କେହି ଆସୁନାହାଁନ୍ତି ବିପନ୍ନଙ୍କ […]

hio

hio

Tapas Behera
  • Published: Saturday, 11 May 2019
  • Updated: 11 May 2019, 08:15 PM IST

Sports

Latest News

ବ୍ରହ୍ମଗିରି/ପୁରୀ(ଓଡ଼ିଶା ରିପୋର୍ଟର):ବାତ୍ୟା ଫୋନି ତାଣ୍ଡବ ରଚିଲା। ଉଜାଡ଼ିଦେଲା ବାସ ବେଉସା। ମାଟିରେ ମିଶାଇଦେଲା ଧନ ଜୀବନ। ବଡ଼ଠାକୁରଙ୍କ ବଡ଼ଦେଉଳ ହେଉ କିମ୍ବା ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ମେହନତି ମଣିଷର ଗାଁ ହେଉ, ସବୁଠି ଧ୍ୱସ୍ତବିଧ୍ୱସ୍ତର ଚିତ୍ର । ଅବଶ୍ୟ ଇତିମଧ୍ୟରେ ପ୍ରାଣଘାତୀ ଫୋନିକୁ ଆଠଦିନ ବିତିଯାଇଛି। ହେଲେ ଦୂର ହେଉନି ଗାଁ ଲୋକଙ୍କ ଦୁର୍ଦ୍ଦଶା। ନା ସରକାର ନା ପ୍ରଶାସନ। ସହାୟତା ତ ଦୂରର କଥା ସମବେଦନା ଜଣାଇବାକୁ ବି କେହି ଆସୁନାହାଁନ୍ତି ବିପନ୍ନଙ୍କ ପାଖକୁ।  ପୁରୀ ଜିଲ୍ଲାର କରିମପୁର ଏବଂ ସମଗରା ଗାଁରେ ଏଭଳି ଚିତ୍ର ଦେଖିବାକୁ ମିଳିଛି।

ବ୍ରହ୍ମଗିରିର କରିମପୁର ଗାଁ । ଗାଁ କହିଲେ ହାତଗଣତି କେଇଟା ପକ୍କାଘର। ବାକିତକ ଚାଳଛପର ଘର ଭିତରେ କଟେ ମତ୍ସ୍ୟଜୀବିଙ୍କ ଜୀବନ। ରାତି ପାହିଲେ ପୂଜା ପାଆନ୍ତି ସେହି କାଳିଆ ସାଆନ୍ତ। ହେଲେ ଭଙ୍ଗାଗଛ ତଳେ ପଡ଼ିରହିଥିବା ତାଙ୍କ ପ୍ରତିମା ହିଁ ବୟାନ କରୁଛି, ପ୍ରକୃତିର କୋପ ଆଗରେ ସେ ବି ଥିଲେ କେତେ ଅସହାୟ । ଯେତେବେଳେ ଶ୍ରୀକ୍ଷେତ୍ର ଦେଇ ବହୁଥିଲା ଅଣଚାଷ ପବନ, ସେତେବେଳେ କରିମପୁରରେ ଭାଙ୍ଗୁଥିଲା ଲୋକଙ୍କ ବାସଘର। ଉଜୁଡ଼ିଯାଉଥିଲା ହାଣ୍ଡିଶାଳ। ଛାରଖାର୍ ହୋଇଯାଇଥିଲା ଦାଣ୍ଡଦୁଆର। ଇତିମଧ୍ୟରେ ସପ୍ତାହେ ବିତିଯାଇଛି ସିନା, ହେଲେ ଅଣ୍ଟାସଳଖି ଛିଡ଼ା ହେବାକୁ ଯୁ କାହାର ନାହିଁ । ସେହିପରି ପୁରୀ ଜିଲ୍ଲା ସମଗରା ଗାଁରେ ବି ଧ୍ୱଂସଲୀଳାର ପଦଚିହ୍ନ । ଏଠି ବି ଉଜୁଡ଼ିଯାଇଛି ସବୁକିଛି। ମାଟିରେ ଲୋଟିପଡ଼ିଛି ସବୁ ସ୍ୱପ୍ନ।

ଆଉ ଧ୍ୱଂସ ହୋଇଯାଇଛି ଜୀବନଧାରଣର ଆଶା । ବସବାସ କରୁଥିବା ୩୫୦ ପରିବାର ଏବେ ଅସହାୟ, ଅନାଥ । ବାତ୍ୟା ଫୋନିର ତାଣ୍ଡବ ପରଠୁ ନୀରବି ଯାଇଛି ସାରା ଗାଁ। ଏଭଳି ଅବସ୍ଥା ପରେ ବି ସରକାରୀ ସହାୟତା ତ  ଦୂରର କଥା, ଆହା କରିବାକୁ କେହି ନାହାଁନ୍ତି ଏମାନଙ୍କ ପାଇଁ। ମଣିଷ ତ’ ମଣିଷ, ପଶୁ ବି ଏଠି ଭଙ୍ଗା ଦଦରା ଘର ଭିତରେ ଆଶ୍ରୟ ନେଇ ଜୀଇଁବା ପାଇଁ ସଂଘର୍ଷ କରୁଛି । ଶ୍ରୀକ୍ଷେତ୍ରରୁ ମାତ୍ର କିଛି ଦୂରରେ ଥିବା ଏହି ଗ୍ରାମବାସୀଙ୍କ ଦୁର୍ଦ୍ଦିନ ସମୟରେ ସରକାରୀ ସାହାଯ୍ୟ କେବେ ପହଞ୍ଚିପାରୁଛି, ତାକୁ ହିଁ ଅପେକ୍ଷା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story