ପେନସନଧାରୀଙ୍କୁ ଆଶ୍ୱସ୍ତି : ଲାଇଫ୍ ସାର୍ଟିଫିକେଟ୍ ଦାଖଲ ଅବଧି ଆଉ ୩ମାସ ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀର ଦ୍ୱିୁତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବାର୍ଷିକ ଲାଇଫ୍ ସାର୍ଟିଫିକେଟ୍ ଦାଖଲ ଅବଧିକୁ ଆଉ ୩ମାସ ବୃଦ୍ଧି କରିଛନ୍ତି। ଏହାସହିତ ବ୍ୟକ୍ତିଗତ ଉପସ୍ଥିତ ନହୋଇ ମଧ୍ୟ ପ୍ରଥମ ପେନସନ୍ ଓ ପରିବାର ପେନସନ୍ ପ୍ରକୃତ ହିତାଧିକାରୀଙ୍କୁ ପ୍ରଦାନ କରିବାକୁ ପେନସନ୍ ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ ଅପ୍ରତ୍ୟାଶିିତ ଭାବେ କୋଭିଡ-୧୯ ମାମଲା ବୃଦ୍ଧି ପାଉଥିବା ଯୋଗୁ […]

pension

Ordigital Desk
  • Published: Wednesday, 05 May 2021
  • , Updated: 05 May 2021, 08:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀର ଦ୍ୱିୁତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବାର୍ଷିକ ଲାଇଫ୍ ସାର୍ଟିଫିକେଟ୍ ଦାଖଲ ଅବଧିକୁ ଆଉ ୩ମାସ ବୃଦ୍ଧି କରିଛନ୍ତି। ଏହାସହିତ ବ୍ୟକ୍ତିଗତ ଉପସ୍ଥିତ ନହୋଇ ମଧ୍ୟ ପ୍ରଥମ ପେନସନ୍ ଓ ପରିବାର ପେନସନ୍ ପ୍ରକୃତ ହିତାଧିକାରୀଙ୍କୁ ପ୍ରଦାନ କରିବାକୁ ପେନସନ୍ ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ ଅପ୍ରତ୍ୟାଶିିତ ଭାବେ କୋଭିଡ-୧୯ ମାମଲା ବୃଦ୍ଧି ପାଉଥିବା ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବରିଷ୍ଠ ନାଗରିକମାନେ କୋଭିଡ୍ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହୁଛି। ତେଣୁ ରାଜ୍ୟ ସରକାର ବାର୍ଷିକ ଲାଇଫ ସାର୍ଟିଫିକେଟ, ପୁନଃବିବାହ ସାର୍ଟିଫିକେଟ ଓ ନନ୍ ଏମ୍ପ୍ଲଏମେଣ୍ଟ ସାର୍ଟିଫିକେଟ ଦାଖଲ ଅବଧିକୁ ଆଉ ୩ମାସ ପାଇଁ ଅର୍ଥାତ୍ ୨୦୨୧ ଜୁନରୁ ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ଯେଉଁ ପେନସନଧାରୀ ଓ ପାରିବାରିକ ପେନସନଧାରୀମାନେ ନିଜର ବାର୍ଷିକ ଳାଇଫ ସାର୍ଟିଫିକେଟକୁ ସେମାନେ ପେନସନ ନେଉଥିବା ବ୍ୟାଙ୍କ ଅବା ଟ୍ରେଜେରୀ ପାଖରେ ଦାଖଲ କରିନାହାନ୍ତି ସେମାନେ ବିଶେଷ ଉପକୃତ ହେବେ।

ସୂଚନାଯୋଗ୍ୟ, ରାଜ୍ୟରେ କୋଭିଡ୍ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଗତବର୍ଷଠୁ ଏହି ଲାଇଫ ସାର୍ଟିଫିକେଟ୍ ଦାଖଲ ଅବଧିକୁ ବୃଦ୍ଧି କରି ଚାଲିଛନ୍ତି । ପ୍ରଥମେ ଗତବର୍ଷ ମାର୍ଚ୍ଚ ଓ ପରେ ଅଗଷ୍ଟ ମାସରେ ଏହି ଲାଇଫ ସାର୍ଟିଫିକେଟ ଦାଖଲ ଅବଧିକୁ ବୃଦ୍ଧି ସହ ପେନସନ ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ବ୍ୟକ୍ତିଗତ ହାଜର ନିୟମକୁ କୋହଳ କରିଥିଲେ। ଲାଇଫ ସାର୍ଟିଫିକେଟ ଦାଖଲ ଅବଧି ଆସନ୍ତା ମେ’ ମାସ ରହିଥିଲା । ଗତବର୍ଷ ଅଗଷ୍ଟ ମାସରେ ରାଜ୍ୟ ସରକାର ଏହି ଅବଧିକୁ ନଭେମ୍ବରରୁ ମେ’ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

କରୋନା ମହାମାରୀରେ ଲାଇଫ ସାର୍ଟିଫିକେଟ ହାସଲ କରିବା ପେନସନଧାରୀ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ପ୍ରକାରର ଚ୍ୟାଲେଞ୍ଜ ପାଲଟିଛି।

Related story