ପେନସନଧାରୀଙ୍କ ପାଇଁ ମଇ ପର୍ଯ୍ୟନ୍ତ ବଢ଼ିଲା ‘ଲାଇଫ ସାର୍ଟିଫିକେଟ୍’ ଦାଖଲ ଅବଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବା ପେନସନଧାରୀଙ୍କୁ ପ୍ରତିବର୍ଷ ନଭେମ୍ବର ମାସରେ ଦାଖଲ କରିବାକୁ ପଡ଼ୁଥିବା ‘ଲାଇଫ୍ ସାର୍ଟିଫିକେଟ’ ଦାଖଲ ଅବଧିକୁ ରାଜ୍ୟ ସରକାର ଆସନ୍ତାବର୍ଷ ମଇ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କରୋନା ମହାମାରୀ ଆଶଙ୍କାରେ ପେନସନଭୋଗୀଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ରାଜ୍ୟରେ କୋଭିଡ-୧୯ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପେନସନଧାରୀ ଓ ପରିବାର […]

oldage

Manoranjan Sial
  • Published: Wednesday, 04 November 2020
  • , Updated: 04 November 2020, 10:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବା ପେନସନଧାରୀଙ୍କୁ ପ୍ରତିବର୍ଷ ନଭେମ୍ବର ମାସରେ ଦାଖଲ କରିବାକୁ ପଡ଼ୁଥିବା ‘ଲାଇଫ୍ ସାର୍ଟିଫିକେଟ’ ଦାଖଲ ଅବଧିକୁ ରାଜ୍ୟ ସରକାର ଆସନ୍ତାବର୍ଷ ମଇ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କରୋନା ମହାମାରୀ ଆଶଙ୍କାରେ ପେନସନଭୋଗୀଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ରାଜ୍ୟରେ କୋଭିଡ-୧୯ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପେନସନଧାରୀ ଓ ପରିବାର ପେନସନ ପାଉଥିବା ବ୍ୟକ୍ତିମାନଙ୍କୁ ପେନସନ ପ୍ରଦାନ ପାଇଁ ରହିଥିବା ବାଧ୍ୟତାମୂଳକ ସାର୍ଟିଫିକେଟ୍ ଦାଖଲ ପ୍ରାବଧାନକୁ ରାଜ୍ୟ ସରକାର କୋହଳ କରିଛନ୍ତି। ପେନସନଧାରୀଙ୍କ ପାଇଁ ବାର୍ଷିକ ଲାଇଫ ସାର୍ଟିଫିକେଟ୍ ସମେତ ବାର୍ଷିକ ପୁନଃବିବାହ ଓ ଅବିବାହିତ ସମ୍ବନ୍ଧୀୟ ଘୋଷଣାନାମା ସହ ବାର୍ଷିକ ନିୟୋଜନ ସମ୍ବନ୍ଧୀୟ ପ୍ରମାଣପତ୍ର ଦାଖଲ ପାଇଁ ସମୟସୀମାକୁ ୨୦୨୦ ନଭେମ୍ବରରୁ ୨୦୨୧ ମଇ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଥମଥର ପାଇଁ ପେନସନଧାରୀଙ୍କ ଅନୁପସ୍ଥିତିରେ ଗ୍ରାଚୁଇଟି ଓ କମ୍ୟୁଟେଡ୍ ପେନସନ ପ୍ରଦାନ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ନିଜର ସ୍ୱାସ୍ଥ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କୋଭିଡ୍ ନିୟମ ପାଳନ ସହ ପେନସନଭୋଗୀମାନେ ସେମାନଙ୍କର ବାର୍ଷିକ ଲାଇଫ୍ ସାର୍ଟିଫିକେଟକୁ ଚଳିତବର୍ଷ ନଭେମ୍ବର ପରିବର୍ତ୍ତେ ୨୦୨୧ ମଇ ମାସରେ ପେନସନ ପ୍ରଦାନକାରୀ ଟ୍ରେଜେରୀ କିମ୍ବା ବ୍ୟାଙ୍କ ପାଖରେ ଦାଖଲ କରିପାରିବେ।

ସୂଚନାଯୋଗ୍ୟ, ପେନସନଭୋଗୀଙ୍କ ନିମନ୍ତେ ବାର୍ଷିକ ଲାଇଫ ସାର୍ଟିଫିକେଟ୍ ଦାଖଲ ବାଧ୍ୟତାମୂଳକ କରାଯାଇଛି। ଏହି ସାର୍ଟିଫିକେଟ୍ ଦାଖଲ ନକଲେ ପେନସନଭୋଗୀଙ୍କ ପେନସନ ବନ୍ଦ ପାଇଁ ପ୍ରାବଧାନ ରହିଛି।

Related story