ସ୍ତ୍ରୀକୁ ପିଟି ମାରିଥିଲେ, କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡ

କେନ୍ଦୁଝର(ପ୍ରଣୟ ପାଣି): ରୋଷେଇ କରି ଦେବାରେ ବିଳମ୍ବ ହେବାରୁ ୪ ବର୍ଷ ତଳେ ପିଟି ପିଟି ପତ୍ନୀଙ୍କୁ ମାରି ଦେଇଥିଲା ସ୍ୱାମୀ। ଏହି ଘଟଣାରେ ଗିରଫ ଅଭିଯୁକ୍ତ ସ୍ୱାମୀ ଜେଲ୍‌ରେ ଥିବା ବେଳେ ତାଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ଏପରି ରାୟ ଶୁଣାଇଛନ୍ତି କେନ୍ଦୁଝର ଜିଲ୍ଲା ଜଜ୍‌ । ଜରିମାନା ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡାଦେଶର ନିର୍ଦ୍ଦେଶ ରହିଛି  । ମୃତା ମହିଳା ହେଲେ କେନ୍ଦୁଝର ଜିଲ୍ଲା […]

judgement

  • Published: Wednesday, 07 December 2022
  • , Updated: 07 December 2022, 09:23 AM IST

କେନ୍ଦୁଝର(ପ୍ରଣୟ ପାଣି): ରୋଷେଇ କରି ଦେବାରେ ବିଳମ୍ବ ହେବାରୁ ୪ ବର୍ଷ ତଳେ ପିଟି ପିଟି ପତ୍ନୀଙ୍କୁ ମାରି ଦେଇଥିଲା ସ୍ୱାମୀ। ଏହି ଘଟଣାରେ ଗିରଫ ଅଭିଯୁକ୍ତ ସ୍ୱାମୀ ଜେଲ୍‌ରେ ଥିବା ବେଳେ ତାଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ଏପରି ରାୟ ଶୁଣାଇଛନ୍ତି କେନ୍ଦୁଝର ଜିଲ୍ଲା ଜଜ୍‌ । ଜରିମାନା ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡାଦେଶର ନିର୍ଦ୍ଦେଶ ରହିଛି  ।

ମୃତା ମହିଳା ହେଲେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଖୁଣ୍ଟିବେଡ଼ା ଗାଁର କୁନି ଲୋହାର । ତାଙ୍କ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ଦ୍ୱିତୀୟ ସ୍ୱାମୀ ସୁକାରମ ଲୋହାରଙ୍କୁ ଗିରଫ କରିଥିଲା।

କୁନି ସୁକାରମଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ଉଭୟଙ୍କ ମଧ୍ୟରେ କିନ୍ତୁ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ୨୦୧୮ ମସିହା ଡିସେମ୍ବର ୬ ତାରିଖରେ ପାଟଣା ଥାନା ଖୁଣ୍ଟିବେଡ଼ା ଗାଁର ସୁକାରମ ଲାହାର ଓ ତାଙ୍କ ସ୍ତ୍ରୀ କୁନି ଲୋହାର ଙ୍କ ମଧ୍ୟରେ ଖାଇବା ଦେବାରେ ସାମାନ୍ୟ ଡେରି ହେବାରୁ ଝଗଡ଼ା ହୋଇଥିଲେ ।  ସୁକୁରାମ ଏକ ଷ୍ଟିଲ ପାଇପରେ ପିଟି ପିଟି ପତ୍ନୀଙ୍କୁ ପିଟି ପିଟି ହତ୍ୟା କରିଥିଲା ।

କୁନିଙ୍କ ପ୍ରଥମ ସ୍ୱାମୀ ସଞ୍ଜୟ ଲୋହାର ଏନେଇ ଅଭିଯୋଗ କରିବା ପରେ ପୁଲିସ୍‌ ସୁକାରମଙ୍କୁ ଗିରଫ କରିଥିଲା ଏନେଇ ମାମଲା ଚାଲିଥିବା ବେଳେ ଏହାର ଶୁଣାଣି କରି ଗତକାଲି କେନ୍ଦୁଝର ଜିଲ୍ଲା ଜଜ୍‌ ଏହାର ରାୟ ଶୁଣାଇଛନ୍ତି। କରି ୧୨ ଜଣ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି  ଜିଲ୍ଲା ଦୌରା ଜଜ୍ ଚିତ୍ତରଞ୍ଜନ ମହାପାତ୍ର ।

Related story