ଫଟା ପଲିଥିନ୍‌ ତଳେ ବିତୁଛି ଜୀବନ

ସୋର (ଶଶୀକାନ୍ତ ବେହେରା): ଫଟା ପଲିଥିନ୍‌ ତଳେ ବିତୁଛି ଜୀବନ। ଘର ଖଣ୍ଡିଏ ପାଇଁ ଆବେଦନ କରି ନିରାଶ ହେବା ପରେ ପୂରା ପରିବାର ରହୁଛନ୍ତି ପଲିଥିନ୍‌ ଟଙ୍ଗା ଝୁମ୍ପୁଡ଼ି ତଳେ। ରାଜ୍ୟର ଏପରି ଦୟନୀୟ ଚିତ୍ର ଆସିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଚଳରୁ। ଆରୁହାବାଡ଼ ପଞ୍ଚାୟତ ମାଝିସାହିରେ ବାସ କରନ୍ତି ଭାସ୍କର ମାଝି। ପରିବାର କହିଲେ ୪ ପୁଅ। ବଡ଼ପୁଅ ରବୀନ୍ଦ୍ର ଦିବ୍ୟାଙ୍ଗ। ସେ କାମଦାମ କରିପାରୁନାହାନ୍ତି। ତାଙ୍କୁ ସରକାରଙ୍କ ଦିବ୍ୟାଙ୍ଗ ଭର୍ତ୍ତା ମଧ୍ୟ […]

soro

Manoranjan Sial
  • Published: Saturday, 21 November 2020
  • , Updated: 21 November 2020, 05:03 PM IST

ସୋର (ଶଶୀକାନ୍ତ ବେହେରା): ଫଟା ପଲିଥିନ୍‌ ତଳେ ବିତୁଛି ଜୀବନ। ଘର ଖଣ୍ଡିଏ ପାଇଁ ଆବେଦନ କରି ନିରାଶ ହେବା ପରେ ପୂରା ପରିବାର ରହୁଛନ୍ତି ପଲିଥିନ୍‌ ଟଙ୍ଗା ଝୁମ୍ପୁଡ଼ି ତଳେ। ରାଜ୍ୟର ଏପରି ଦୟନୀୟ ଚିତ୍ର ଆସିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଚଳରୁ।

ଆରୁହାବାଡ଼ ପଞ୍ଚାୟତ ମାଝିସାହିରେ ବାସ କରନ୍ତି ଭାସ୍କର ମାଝି। ପରିବାର କହିଲେ ୪ ପୁଅ। ବଡ଼ପୁଅ ରବୀନ୍ଦ୍ର ଦିବ୍ୟାଙ୍ଗ। ସେ କାମଦାମ କରିପାରୁନାହାନ୍ତି। ତାଙ୍କୁ ସରକାରଙ୍କ ଦିବ୍ୟାଙ୍ଗ ଭର୍ତ୍ତା ମଧ୍ୟ ମିଳୁନି। ଭାସ୍କର କାମ କରି ଯାହା ଉପାର୍ଜନ କରନ୍ତି,ସେଥିରେ ଚଳେ ପୂରା ପରିବାର। ଚଳିତବର୍ଷ ହୋଇଥିବା ଲଘୁଚାପ ଜନିତ ବର୍ଷା ଯୋଗୁ ଭାସ୍କରଙ୍କ ମାଟିଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଘର ଭାଙ୍ଗି ଯାଇଥିବାରୁ ପଲିଥିନ୍‌ ଖଣ୍ଡିଏ ପାଇଁ ଅଧିକାରୀଙ୍କଠାରୁ ଆରମ୍ଭ କରି ସରପଞ୍ଚଙ୍କ ପର୍ଯ୍ୟନ୍ତ କେତେ କଣ ଗୁହାରୀ କଲେ। ହେଲେ କେହି ଶୁଣିଲେ ନାହିଁ।

ସବୁଆଡ଼ୁ ନିରାଶ ହେବା ପରେ ଭାସ୍କର ମାଗିଯାଚି ପଲିଥିନ୍‌ ଖଣ୍ଡିଏ କିଛି ଝୁପୁଡିଟିଏ ନିର୍ମାଣ କଲେ। ଏବେ ସେହି ଝାମ୍ପୁଡ଼ି ଘରେ କାଳାତିପାତ କରୁଛନ୍ତି ଭାସ୍କରଙ୍କ ପୂରା ପରିବାର। ଯେଉଁ ଘରେ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖାଯାଉଛି। ଯଦି ବର୍ଷା ହେଲା, ତାହା ହେଲେ କଥା ସରିଲା। ରାତି ସାରା ଅନିଦ୍ରା ହେବାକୁ ପଡ଼ୁ ରହୁଛି ପୂରା ପରିବାର। ଦୁଃଖ କହିନଲେ ନସରେ। ସେହି ପରିବାରରେ ଜଣେ ଗର୍ଭବତୀ ମହିଳା ମଧ୍ୟ ରହୁଥିବା ଜଣାପଡ଼ିଛି।

ଦେଖିବାକୁ ଗଲେ ଭାସ୍କର ଜଣେ ଗରିବ ଶ୍ରେଣୀର ବ୍ୟକ୍ତି। ଘର ଖଣ୍ଡିଏ ପାଇଁ ବହୁବାର ଆବେଦନ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ଘର ମିଳିଲା ନାହିଁ। ତେଣୁ ଭାସ୍କରଙ୍କ ପରିବାର ଏବେ ପଲିଥିନ୍‌ ତଳେ ଜୀବନ ଅତିବାହିତ କରୁଛି। ତେବେ ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ଆବସ ଯୋଜନା କାହା ପାଇଁ? ଏଥିପ୍ରତି ପ୍ରଶାସନ ନଜର ଦେବେ କି?

Related story