ସମ୍ପତ୍ତି ଲୋଭରେ ହୋଇଥିଲା ମର୍ଡ଼ର, ୩ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌

କୋଣାର୍କ (ସଞ୍ଜୟ ପତି): ସମ୍ପତ୍ତି ଲୋଭରେ ଗୋଟିଏ ପରିବାରର ୪ ଜଣଙ୍କୁ ମର୍ଡ଼ର କରାଯାଇଥିଲା। ଦୀର୍ଘ ୩ ବର୍ଷ ପରେ ଏହି ମାମଲାର ଆଜି ରାୟ ପ୍ରକାଶ ପାଇଛି। ନିମାପଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଚିନ୍ତାମଣି ପଣ୍ଡା ମାମଲାକୁ ବିଚାର କରି ୩୧ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ବିଚାରପତି ୩ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ଦଣ୍ଡାଦେଶ ଶୁଣାଇଛନ୍ତି। ମୁଖ୍ୟ ଅଭିଯୁକ୍ତ ହିମାଦ୍ରି ଦାସ ଓରଫ ରହିମ ଖାଁ, ରହିମଙ୍କ ପତ୍ନୀ ଆୟେଶା ବେଗମ୍ ଓ ମୃତ […]

LIFER-FOR-THREE-ACCUSED-OF-MULTIPLE-MURDERS

Manoranjan Sial
  • Published: Friday, 08 February 2019
  • , Updated: 08 February 2019, 04:43 PM IST

କୋଣାର୍କ (ସଞ୍ଜୟ ପତି): ସମ୍ପତ୍ତି ଲୋଭରେ ଗୋଟିଏ ପରିବାରର ୪ ଜଣଙ୍କୁ ମର୍ଡ଼ର କରାଯାଇଥିଲା। ଦୀର୍ଘ ୩ ବର୍ଷ ପରେ ଏହି ମାମଲାର ଆଜି ରାୟ ପ୍ରକାଶ ପାଇଛି। ନିମାପଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଚିନ୍ତାମଣି ପଣ୍ଡା ମାମଲାକୁ ବିଚାର କରି ୩୧ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ବିଚାରପତି ୩ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ଦଣ୍ଡାଦେଶ ଶୁଣାଇଛନ୍ତି। ମୁଖ୍ୟ ଅଭିଯୁକ୍ତ ହିମାଦ୍ରି ଦାସ ଓରଫ ରହିମ ଖାଁ, ରହିମଙ୍କ ପତ୍ନୀ ଆୟେଶା ବେଗମ୍ ଓ ମୃତ ଦୀନବନ୍ଧୁଙ୍କ ସଢୁ ଫକୀର ମଲ୍ଲିକଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ।

୨୦୧୫ ସେପ୍ଟମ୍ୱର ୨୧ ତାରିଖରେ ଅସ୍ତରଙ୍ଗ ଥାନା ଦିନାଡିଆରେ ପରିବାର ଅବସରପ୍ରାପ୍ତ ଡିଆଇ ଦିନବନ୍ଧୁ ମଲ୍ଲିକ, ତାଙ୍କ ପତ୍ନୀ ନିର୍ମଳା, ୧୨ ବର୍ଷର ଝିଅ ଶାଶ୍ୱତୀ ଓ ୪ ବର୍ଷର ଝିଅ ପ୍ରଣତୀଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମାମଲାରେ ଖୋଲତାଡ କରି କ୍ରାଇମବ୍ରାଞ୍ଚ ୩ ଅଭିଯୁକ୍ତ ଫକୀର ମଲ୍ଲିକ, ହିମାଦ୍ରୀ ଦାସ ଓରଫ ରହିମ୍ ଖାନ୍ ଓ ତାଙ୍କ ପତ୍ନୀ ଆୟେଶା ବେଗମ୍‌ଙ୍କୁ ଗିରଫ କରିଥିଲା।

ରହିମ୍ ଖାନ୍, ବୋଲଗଡ଼ର ଫକୀର ମଲ୍ଲିକଙ୍କ ସହ ମିଶି ଦିନବନ୍ଧୁଙ୍କ ସମ୍ପର୍କରେ ଆସିଥିଲେ। ତେବେ ସମ୍ପତ୍ତି ଲୋଭରେ ରହିମ୍ ଓ ଆୟେଶା ଘଟଣା ଦିନ ୪ ଜଣଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଥିଲେ। ଗତ ମଙ୍ଗଳବାର ଦିନ କୋର୍ଟ ମାମଲାରେ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

Related story