ବଜ୍ରପାତ ନେଲା ତିନି ଜଣଙ୍କ ଜୀବନ

ଜଳେଶ୍ୱର(ଅଜିତ ଦାସ): ବଜ୍ରପାତରେ ଉତ୍ତର ବାଲେଶ୍ୱରରେ ୩ ଜଣଙ୍କ ଜୀବନ ଯାଇଛି। ବିଲରେ କାମ କରୁଥିବା ବେଳେ ହଠାତ ବଜ୍ରପାତ ହେବାରୁ ଏମାନଙ୍କ ପ୍ରାଣବାୟୁ ଉଡ଼ି ଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହେଉଛି। ଆଜି ମଧ୍ୟାହ୍ନରେ ଉତ୍ତର ବାଲେଶ୍ୱରର ଜଳେଶ୍ୱର, ବସ୍ତା ଓ ଭୋଗରାଇ ଅଞ୍ଚଳର ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପରେ ଘଡଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ଭୋଗରାଇ ତହସିଲ ଅନ୍ତର୍ଗତ କଲ୍ୟାଣପୁର ଗାଁର ସୁଜୟ […]

death

Manoranjan Sial
  • Published: Monday, 05 August 2019
  • , Updated: 05 August 2019, 08:54 PM IST

ଜଳେଶ୍ୱର(ଅଜିତ ଦାସ): ବଜ୍ରପାତରେ ଉତ୍ତର ବାଲେଶ୍ୱରରେ ୩ ଜଣଙ୍କ ଜୀବନ ଯାଇଛି। ବିଲରେ କାମ କରୁଥିବା ବେଳେ ହଠାତ ବଜ୍ରପାତ ହେବାରୁ ଏମାନଙ୍କ ପ୍ରାଣବାୟୁ ଉଡ଼ି ଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହେଉଛି।

ଆଜି ମଧ୍ୟାହ୍ନରେ ଉତ୍ତର ବାଲେଶ୍ୱରର ଜଳେଶ୍ୱର, ବସ୍ତା ଓ ଭୋଗରାଇ ଅଞ୍ଚଳର ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପରେ ଘଡଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ଭୋଗରାଇ ତହସିଲ ଅନ୍ତର୍ଗତ କଲ୍ୟାଣପୁର ଗାଁର ସୁଜୟ ଦାସ କ୍ଷେତରେ କାମ କରୁଥିଲେ। ହଠାତ ବଜ୍ରପାତ ହେବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ଜଳେଶ୍ୱର ବ୍ଲକ ବରଡ଼ିହା ପଞ୍ଚାୟତର ବକୁଣ୍ଡି ଗାଁର ସନିତା ହାଁସଦା ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ବସ୍ତା ବ୍ଲକ ଦୁଲାର ବାଟି ଗାଁର କାଳିଚରଣ ରାଉତ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ବିଲରେ ହିଁ ତାଙ୍କ ଜୀବନ ଯାଇଥିଲା।

Related story