ବିଲରେ କାମ କରୁଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ୪ ଚାଷୀଙ୍କ ଜୀବନ

ଜଳେଶ୍ୱର(ଅଜିତ ଦାସ): ବିଲରେ କାମ କରୁଥିବା ବେଳେ ବଜ୍ରାପାତରେ ଚାଲିଗଲା ୪ ଜଣଙ୍କ ଜୀବନ। ୫ରୁ ଅଧିକ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଆଜି ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଓ ବସ୍ତା ବ୍ଲକ ଏବଂ ଭଦ୍ରକ ଅଞ୍ଚଳରେ ଘଟିଛି। ଆଜି ମଧ୍ୟାହ୍ନରେ ବାଲେଶ୍ୱର ଜିଲ୍ଲାର ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ଘଡ଼ଘଡ଼ି ମାରିବା ସହିତ ପ୍ରବଳ ବେଗରେ ବର୍ଷିଥିଲା। ଠିକ୍‌ ଏହି ସମୟରେ ବସ୍ତା ବ୍ଲକ ମଥାନୀ […]

Lightning

Manoranjan Sial
  • Published: Saturday, 07 August 2021
  • , Updated: 07 August 2021, 06:28 PM IST

ଜଳେଶ୍ୱର(ଅଜିତ ଦାସ): ବିଲରେ କାମ କରୁଥିବା ବେଳେ ବଜ୍ରାପାତରେ ଚାଲିଗଲା ୪ ଜଣଙ୍କ ଜୀବନ। ୫ରୁ ଅଧିକ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଆଜି ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଓ ବସ୍ତା ବ୍ଲକ ଏବଂ ଭଦ୍ରକ ଅଞ୍ଚଳରେ ଘଟିଛି।

ଆଜି ମଧ୍ୟାହ୍ନରେ ବାଲେଶ୍ୱର ଜିଲ୍ଲାର ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ଘଡ଼ଘଡ଼ି ମାରିବା ସହିତ ପ୍ରବଳ ବେଗରେ ବର୍ଷିଥିଲା। ଠିକ୍‌ ଏହି ସମୟରେ ବସ୍ତା ବ୍ଲକ ମଥାନୀ ଗାଁର ପାନ ମାଝି ଓ ଆଉ ଜଣେ ବିଲରେ କାମ କରୁଥିଲେ। ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ପାନଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଚେତା ହରାଇ ବିଲରେ ପଡ଼ି ଯାଇଥିଲେ। ଅନ୍ୟ ଚାଷୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଅଞ୍ଚଳର ରାନୁ କାଳନ୍ଦୀ ସିଂଲା ଥାନା ଅନ୍ତର୍ଗତ ଶାସନ ଗ୍ରାମରେ ରହି ବିଲ କରନ୍ତି। ସେ ଆଜି ଅନ୍ୟ ଶ୍ରମିକଙ୍କ ସହ ମିଶି ବିଲରେ କାମ କରୁଥିଲେ। ଠିକ୍‌ ଏହି ସମୟରେ ବଜ୍ରପାତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ସେହିପରି ବଜ୍ରପାତରେ ଜଳେଶ୍ୱର ବ୍ଲକ ବରଡିହା ଗାଁର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ଘର ମୟୂରଭଞ୍ଜ ଅଞ୍ଚଳର ବୋଲି ଜଣାପଡିଛି।

ସେପଟେ ଭଦ୍ରକ ଜିଲ୍ଲା ଚୁଡ଼ାମଣି ସାମୁଦ୍ରିକ ଥାନା ରାଧାନାଥପୁର ଗ୍ରାମରେ ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ସାହୁ। ସେ ମଧ୍ୟାହ୍ନରେ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ସଂଜ୍ଞାହରାଇ ବିଲରେ ପଡ଼ି ଯାଇଥିଲେ। ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

Related story