ବଜ୍ରପାତ ନେଇଗଲା ୧୧ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହାବିପତ୍ତି ସାଜିଛି ବଜ୍ରପାତ। ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ବଜ୍ରପାତରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଜଳ ମଣ୍ଡୁଆରେ ଜଣେ ଓ ବାସୁଦେବପୁର ବ୍ଲକ ଅନ୍ତର୍ଗତ ରାଧାନାଥପୁରରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅଧିକ ପଢ଼ନ୍ତୁ: ବଜ୍ରପାତର କାରଣ ଖୋଜୁଛନ୍ତି ସରକାର: ଗଠନ କଲେ ଏକ୍ସପର୍ଟ କମିଟି ବାଲେଶ୍ୱର […]

lightening

Rakesh Mallick
  • Published: Friday, 01 September 2017
  • , Updated: 01 September 2017, 10:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହାବିପତ୍ତି ସାଜିଛି ବଜ୍ରପାତ। ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ବଜ୍ରପାତରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଜଳ ମଣ୍ଡୁଆରେ ଜଣେ ଓ ବାସୁଦେବପୁର ବ୍ଲକ ଅନ୍ତର୍ଗତ ରାଧାନାଥପୁରରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଅଧିକ ପଢ଼ନ୍ତୁ: ବଜ୍ରପାତର କାରଣ ଖୋଜୁଛନ୍ତି ସରକାର: ଗଠନ କଲେ ଏକ୍ସପର୍ଟ କମିଟି

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ଶିରାପୁରରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଝାରସୁଗୁଡ଼ା ଜିଲ୍ଲା କୁଲାବିରା ବ୍ଲକ୍ ଭୀମଜୋରରେ ଜଣଙ୍କର ମୃତ୍ୟୁ ହୋଇଛି। ବରଗଡ଼ ଜିଲ୍ଲା ସୋହେଲା ଥାନା ମାଛିମୁରା ଗାଁରେ ଜଣେ ଓ କେନ୍ଦ୍ରାପଡ଼ା ମହାକାଳପଡ଼ା ଅଞ୍ଚଳରେ ଜଣେ ଯୁବକଙ୍କର ବଜ୍ରପାତରେ ଜୀବନ ଯାଇଛି। ସେହିପରି ରାଉରକେଲା ବିଶ୍ରା ଅଞ୍ଚଳରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହେବା ସହ ଦୁଇ ଜଣ ଆହତ ହୋଇଛନ୍ତି। ମୟୂରଭଞ୍ଜରେ ୨ ଓ ସୁନ୍ଦରଗଡ଼ରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଯାଜପୁର କୁଣ୍ଡପାଟଣା ଗାଁରେ ବଜ୍ରପାତରେ ୧୧ଟି ଗୋରୁଙ୍କ ମୃତ୍ୟୁ ହୋଇଛି।

ଅଧିକ ପଢ଼ନ୍ତୁ: ପ୍ରତି ବଜ୍ରାଘାତର ଶକ୍ତି ୩୦ ହଜାର ସେଲ୍‌ସିୟସ୍‌: ବିଜୁଳି ମାରିଲେ କେମିତି ରହିବେ ସତର୍କ ଜାଣନ୍ତୁ କିଛି ଟିପ୍ସ

 

Related story