ଛତିଶଗଡ଼ ଭଳି ଧାନର ଏମଏସପି ୨୫ଶହ ଟଙ୍କା କରୁ ଓଡ଼ିଶା: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କାନ୍ଦି ରାଜ୍ୟବାସୀଙ୍କୁ ଧୋକା ଦେଉଛନ୍ତି। ଯଦି ଓଡ଼ିଶା ସରକାରଙ୍କ ତିଳେମାତ୍ର ଦରଦ ଅଛି ତା’ହେଲେ ଛତିଶଗଡ଼ ସରକାରଙ୍କ ଭଳି ଚାଷୀଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୫୦୦ଟଙ୍କା ଦିଅନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି। ବରଗଡ଼ ଜିଲ୍ଲାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇ ସମସ୍ତ ପ୍ରସ୍ତୁତି ଶେଷ କରିଥିବାବେଳେ ପିସିସି ସଭାପତି […]

niranjan-patnaik

Manoranjan Sial
  • Published: Monday, 09 November 2020
  • , Updated: 09 November 2020, 07:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କାନ୍ଦି ରାଜ୍ୟବାସୀଙ୍କୁ ଧୋକା ଦେଉଛନ୍ତି। ଯଦି ଓଡ଼ିଶା ସରକାରଙ୍କ ତିଳେମାତ୍ର ଦରଦ ଅଛି ତା’ହେଲେ ଛତିଶଗଡ଼ ସରକାରଙ୍କ ଭଳି ଚାଷୀଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୫୦୦ଟଙ୍କା ଦିଅନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି।

ବରଗଡ଼ ଜିଲ୍ଲାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇ ସମସ୍ତ ପ୍ରସ୍ତୁତି ଶେଷ କରିଥିବାବେଳେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଚାଷୀ ଓ ଶ୍ରମିକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର ଯଦି ତିଳେମାତ୍ର ଦରଦ ଅଛି ତା’ହେଲେ ଛତିଶଗଡ଼ ସରକାର ଯେଭଳି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୫ଶହ ଟଙ୍କା କରିଛନ୍ତି, ସେଭଳି ଓଡ଼ିଶାରେ କରିବେ କି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସେହିପରି ସଂସଦରେ ଅଗଣତାନ୍ତ୍ରିକ ଉପାୟରେ ଗୃହୀତ ହୋଇଥିବା କୃଷି ବିଧେୟକ ଯାହାକି ଏବେ କୃଷି ଆଇନରେ ପରିଣତ ହୋଇଛି ସେଥିରେ ଆଇନ ୨୫ଶହ ଟଙ୍କାରୁ କମ ମୂଲ୍ୟରେ ଯିଏ ଧାନ କିଣିବ ତାକୁ ଜେଲ ସହ ଅର୍ଥ ଦଣ୍ଡାଦେଶରେ ଦଣ୍ଡିତ କରାଯିବ ବୋଲି ଆଇନ ଆଣିବେ କି? ତା’ହେଲେ କଂଗ୍ରେସ ବୁଝିବ ଯେ, ରାଜ୍ୟ ସରକାରଙ୍କର ପ୍ରକୃତରେ ଚାଷୀ ଓ ଶ୍ରମିକଙ୍କ ପ୍ରତି ଦରଦ ଅଛି। ରାଜ୍ୟବାସୀ ଜାଣିସାରିଲେଣି ଯେ, ବିଜେଡ଼ି ଓ ବିଜେପି ଏବେ ମିଶି ଗୋଟିଏ। ତା’ହୋଇ ନଥିଲେ କେନ୍ଦ୍ର ସରକାରଙ୍କ ଯେକୌଣସି ପ୍ରସ୍ତାବକୁ ବିଜେଡ଼ି ସମର୍ଥନ କରନ୍ତା ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Related story