ଆକାଶ ମାର୍ଗରୁ ଲିଙ୍ଗରାଜ ମନ୍ଦିରର ହେବ ସର୍ଭେ, ଭୁବନେଶ୍ୱର ନାଇଜରକୁ ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ(ନାଇଜର)କୁ ଏଏସଆଇ ସଂରକ୍ଷିତ ଐତିହ୍ୟର ଆକାଶମାର୍ଗରୁ ସର୍ଭେ ଓ ଫଟୋଗ୍ରାଫି ନିମନ୍ତେ ଡ୍ରୋନ୍ ଉପଯୋଗ କରିବାକୁ ସରକାର ଅନୁମତି ଦେଇଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ସହ ମିଶି ନାଇଜର ଏହି ସର୍ଭେ ଓ ଫଟୋଗ୍ରାଫି କରିବ। ମିଳିଥିବା ସୂଚନା ଅନୁସାରେ ନାଇଜରକୁ ଡ୍ରୋନ୍ ଉପଯୋଗ ନିମନ୍ତେ ଯେଉଁ ଦୁଇଟି ଏଏସଆଇ ସଂରକ୍ଷିତ ସ୍ଥାନର ଅନୁମତି ମିଳିଛି ସେଥିରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ଓ […]

Lingaraj Temple

Ordigital Desk
  • Published: Friday, 06 August 2021
  • , Updated: 06 August 2021, 10:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ(ନାଇଜର)କୁ ଏଏସଆଇ ସଂରକ୍ଷିତ ଐତିହ୍ୟର ଆକାଶମାର୍ଗରୁ ସର୍ଭେ ଓ ଫଟୋଗ୍ରାଫି ନିମନ୍ତେ ଡ୍ରୋନ୍ ଉପଯୋଗ କରିବାକୁ ସରକାର ଅନୁମତି ଦେଇଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ସହ ମିଶି ନାଇଜର ଏହି ସର୍ଭେ ଓ ଫଟୋଗ୍ରାଫି କରିବ।

ମିଳିଥିବା ସୂଚନା ଅନୁସାରେ ନାଇଜରକୁ ଡ୍ରୋନ୍ ଉପଯୋଗ ନିମନ୍ତେ ଯେଉଁ ଦୁଇଟି ଏଏସଆଇ ସଂରକ୍ଷିତ ସ୍ଥାନର ଅନୁମତି ମିଳିଛି ସେଥିରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ଓ ରାଜରାଣୀ ମନ୍ଦିର ରହିଛି । ଏହି ଦୁଇଟି ସ୍ଥଳୀରେ ଆକାଶ ମାର୍ଗରୁ ଡ୍ରୋନ ସହାୟତାରେ ନାଇଜର ଓ ଏଏସଆଇ ମିଳିତ ଭାବେ ସର୍ଭେ କରିବେ । ଆବଶ୍ୟକ ଫଟୋ ଉଠାଇ ତା’ର ବିଶ୍ଲେଷଣ କରିବେ। ଏହି ଦୁଇ ଏତିହ୍ୟସମ୍ପନ୍ନ ମନ୍ଦିରର ସଂରକ୍ଷଣ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ମନୁଷ୍ୟବିହୀନ ଡ୍ରୋନ୍ ଉପଯୋଗ ନିମନ୍ତେ ଦିଆଯାଇଥିବା ଅନୁମତି ଏକବର୍ଷ ପର୍ଯ୍ୟନ୍ତ ବୈଧ ରହିବ। ତେବେ ଏହି ଡ୍ରୋନ ଉପଯୋଗବେଳେ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ(ଡିଜିସିଏ)ଙ୍କ ଦ୍ୱାରା ଜାରି ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜିଓରକୁ ପାଳନ କରିବାକୁ ନାଇଜର ଓ ଏଏସଆଇ କର୍ତ୍ତୃପକ୍ଷଙ୍କୁ ସର୍ତ୍ତ ରଖାଯାଇଛି।

Related story