ମଦ ଉଜାଡ଼ୁଛି ଶୈଶବ, ବନ୍ଦ କରିବାକୁ ଗୁହାରି କଲେ କୁନି ଝିଅ

ସୁନ୍ଦରଗଡ(ଓଡ଼ିଶା ରିପୋର୍ଟର):  ମଦ ଉଜାଡ଼ି ଦେଉଛି ଶୈଶବ। ନଷ୍ଟ ହେଉଛି ପରିବାର। ପ୍ରତିଦିନ ଘରେ ମଦକୁ ନେଇ ଗଣ୍ଡଗୋଳ ହେଉଛି। ଏଥିପାଇଁ ଜିଲ୍ଲାପାଳଙ୍କୁ ଭେଟି ମଦ ବନ୍ଦ କରିବାକୁ ଗୁହାରି କରିଛନ୍ତି ୧୦ ବର୍ଷର କୁନି ଝିଅ ବର୍ଷା ଓ ସରସ୍ୱତୀ। ରାଣିବଗିଚା ଅଞ୍ଚଳରେ ଥିବା ବିଭିନ୍ନ ମଦ ଭାଟିକୁ ବନ୍ଦ କରିବାକୁ ଏହି ଦୁଇ କୁନି ଝିଅ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ମଦ ପାଇଁ କୁନି ଝିଅ ବର୍ଷର ପରିବାର ଉଜୁଡ଼ି ଯାଇଛି। […]

wine ban demand-1

Jitendra Garnayak
  • Published: Friday, 20 November 2020
  • , Updated: 20 November 2020, 01:57 PM IST

ସୁନ୍ଦରଗଡ(ଓଡ଼ିଶା ରିପୋର୍ଟର):  ମଦ ଉଜାଡ଼ି ଦେଉଛି ଶୈଶବ। ନଷ୍ଟ ହେଉଛି ପରିବାର। ପ୍ରତିଦିନ ଘରେ ମଦକୁ ନେଇ ଗଣ୍ଡଗୋଳ ହେଉଛି। ଏଥିପାଇଁ ଜିଲ୍ଲାପାଳଙ୍କୁ ଭେଟି ମଦ ବନ୍ଦ କରିବାକୁ ଗୁହାରି କରିଛନ୍ତି ୧୦ ବର୍ଷର କୁନି ଝିଅ ବର୍ଷା ଓ ସରସ୍ୱତୀ। ରାଣିବଗିଚା ଅଞ୍ଚଳରେ ଥିବା ବିଭିନ୍ନ ମଦ ଭାଟିକୁ ବନ୍ଦ କରିବାକୁ ଏହି ଦୁଇ କୁନି ଝିଅ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

ମଦ ପାଇଁ କୁନି ଝିଅ ବର୍ଷର ପରିବାର ଉଜୁଡ଼ି ଯାଇଛି। ୨୦୧୭ରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ତା’ପର ବର୍ଷ ମାଆଙ୍କର ମଧ୍ୟ ମଦଜନିତ ମୃତ୍ୟୁ ହୋଇଥିଲା। ସେହିପରି ସରସ୍ୱତୀର ଘରେ ମଧ୍ୟ ମଦ ଲାଗି ପ୍ରତିଦିନ ଗଣ୍ଡଗୋଳ ହେଉଛି। ତେଣୁ ତୁରନ୍ତ ମଦ ଭାଟିକୁ ବନ୍ଦ କରିବାକୁ ବର୍ଷା ଏବଂ ସରସ୍ୱତୀଙ୍କ ସହ ମିଶି ଅଂଚଳର ଅନେକ ଶିଶୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ସେପଟେ ସୁନ୍ଦରଗଡ଼ ଜିଲ୍ଲାପାଳ ମଧ୍ୟ ଅଭିଯୋଗକୁ ଶୁଣି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Related story