ଘରେ ବିକୁଥିଲେ ମଦ, ଅବକାରୀ ଟିମ୍ ଦେଖି କାନ୍ଦିଲେ ମହିଳା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଘରେ ବିକୁଥିଲେ ନକଲି ଓ ଚୋରା ମଦ। ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଏହି ସମୟରେ ଦେଖିବାକୁ ମିଳିଥିଲା ମହିଳା ଓ ତାଙ୍କ ସ୍ୱାମୀଙ୍କ ହାଇଡ୍ରାମା। ପ୍ରଥମେ ସେମାନେ ଘର ଭିତର ପଟୁ ଗେଟ୍‌କୁ ଚାବି ପକେଇ ଦେଇଥିଲେ। ଅବକାରୀ ଟିମ୍‌ ଚାବି ଭାଙ୍ଗି ଭିତରେ ପଶିବାରୁ କାନ୍ଦିକାନ୍ଦି ଘର ଫଟାଇ ଥିଲେ ଏହି ମହିଳା। ବ୍ରହ୍ମପୁର ସହର ଉପକଣ୍ଠ ଜଗଦଲପୁର ଗାଁରେ ଆଜି ଘଟିଥିବା ଏହି ଘଟଣା ଅଲୋଚନାର ବିଷୟ […]

wine

  • Published: Friday, 07 October 2022
  • , Updated: 07 October 2022, 05:31 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଘରେ ବିକୁଥିଲେ ନକଲି ଓ ଚୋରା ମଦ। ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଏହି ସମୟରେ ଦେଖିବାକୁ ମିଳିଥିଲା ମହିଳା ଓ ତାଙ୍କ ସ୍ୱାମୀଙ୍କ ହାଇଡ୍ରାମା। ପ୍ରଥମେ ସେମାନେ ଘର ଭିତର ପଟୁ ଗେଟ୍‌କୁ ଚାବି ପକେଇ ଦେଇଥିଲେ। ଅବକାରୀ ଟିମ୍‌ ଚାବି ଭାଙ୍ଗି ଭିତରେ ପଶିବାରୁ କାନ୍ଦିକାନ୍ଦି ଘର ଫଟାଇ ଥିଲେ ଏହି ମହିଳା। ବ୍ରହ୍ମପୁର ସହର ଉପକଣ୍ଠ ଜଗଦଲପୁର ଗାଁରେ ଆଜି ଘଟିଥିବା ଏହି ଘଟଣା ଅଲୋଚନାର ବିଷୟ ହୋଇଛି। ମହିଳାଙ୍କ ଏଭଳି ନାଟକ ଦେଖି ଚଢ଼ାଉ ପାଇଁ ଯାଇଥିବା ଟିମ୍ ନାକେଦମ ହୋଇଛି।

ସୂଚନା ମୁତାବକ, ଗାଁର ଲୋକନାଥ ସାହୁ ନାମକ ଜଣେ ବ୍ୟକ୍ତି ଘରେ ବେଆଇନ ମଦ କାରବାର କରୁଥିବା ଖବର ପାଇଥିଲା ଅବକାରୀ ବିଭାଗ। ତେଣୁ ପୁଲିସ୍ ସହାୟତା ନେଇ ଲୋଖନାଥଙ୍କ ଘରେ ଚଢ଼ାଉ କରିଥିଲା। ଅବକାରୀ ଟିମ୍‌କୁ ଦେଖି ଲୋକନାଥ ଓ ତାଙ୍କ ପତ୍ନୀ ଘର ଭିତରୁ ଗେଟ୍ ଏବଂ କବାଟ ତାଲା ପକାଇ ଦେଇଥିଲେ। ଘରେ ପଶିବାକୁ ବହୁ କୌଶଳ କରିଥିଲେ ହେଁ ଟିମ୍ ବିଫଳ ହୋଇଥିଲା। ଘର ବାହାରେ ଗୋଡ଼ ଭାଙ୍ଗି ଘଣ୍ଟାଏରୁ ଅଧିକ ସମୟ ଧରି ଅପେକ୍ଷା କରିଥିଲା।

ଶେଷରେ ଅବକାରୀ ଅଧିକାରୀ ଏ ନେଇ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହାୟତା ନେଇଥିଲେ। କୁକୁଡ଼ାଖଣ୍ଡି ତହସିଲଦାର ମାଜିଷ୍ଟ୍ରେଟ ଦାୟିତ୍ୱରେ ପହଞ୍ଚିବା ପରେ ଅବକାରୀ ଟିମ୍ ଘର ଗେଟ୍ ଓ କବାଟ ତାଡ଼ି ଭିତରକୁ ଯାଇଥିଲା। ସେଠାରେ ଗଚ୍ଛିତ ହୋଇ ରହିଥିବା ବିପୁଳ ପରିମାଣ ମଦ ଜବତ ହୋଇଥିଲା।

[caption id="attachment_772125" align="aligncenter" width="650"] ଜବତ ମଦ ସହ ଲୋକନାଥ ସାହୁ।[/caption]

ଯାହା ଭିତରେ ଦେଶୀ ବିଦେଶୀ ଅନେକ ବ୍ରାଣ୍ଡର ମଦ ରହିଛି। ତେବେ ଏହି ସମୟରେ ଘର ଭିତରେ ଥିବା ଅଭିଯୁକ୍ତ ଲୋକନାଥଙ୍କ ସ୍ତ୍ରୀ ଗିରଫଦାରି ଭୟରେ କାନ୍ଦି ଥିଲେ। ବାହୁନି ବାହୁନି ତହସିଲଦାର ଓ ଅବକାରୀ ଟିମକୁ ବିଭିନ୍ନ ପ୍ରକାର ଗୁହାରୀ ଜଣାଇଥିଲେ। ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା କରାଯାଇ ତଦନ୍ତ ଜାରି ରହିଛି।

Related story