ମଦ ପାଇଁ ମାରପିଟ୍‌, ଦୋକାନ କର୍ମଚାରୀଙ୍କ ଗୁଳିଚାଳନା!

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଚଢ଼ା ଦରରେ ମଦ ବିକିବାକୁ ନେଇ ଆଜି ନୟାଗଡ଼ ଜିଲ୍ଲାର ଭାପୁର ଠାରେ ଗଣ୍ଡଗୋଳ ହୋଇଛି। ମଦ ଦୋକାନୀଙ୍କ ମାଡ଼ରେ ଜଣେ ଗ୍ରାହକ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ନୟାଗଡ଼ ଜିଲ୍ଲା ଭାପୁର ବଜାରରେ ଘଟିଛି। ଏନେଇ ଖବର ପ୍ରକାଶ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଫତେଗଡ଼ ଥାନା ଭାପୁର ବଜାରରେ ଥିବା ମଦ ଦୋକାନକୁ ପୀଠଖାଇ ଗାଁର ସାଗର ଲେଙ୍କା ନାମକ ଜଣେ ବ୍ୟକ୍ତି […]

nayagarhd

Manoranjan Sial
  • Published: Monday, 03 June 2019
  • , Updated: 03 June 2019, 09:05 PM IST

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଚଢ଼ା ଦରରେ ମଦ ବିକିବାକୁ ନେଇ ଆଜି ନୟାଗଡ଼ ଜିଲ୍ଲାର ଭାପୁର ଠାରେ ଗଣ୍ଡଗୋଳ ହୋଇଛି। ମଦ ଦୋକାନୀଙ୍କ ମାଡ଼ରେ ଜଣେ ଗ୍ରାହକ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ନୟାଗଡ଼ ଜିଲ୍ଲା ଭାପୁର ବଜାରରେ ଘଟିଛି। ଏନେଇ ଖବର ପ୍ରକାଶ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଫତେଗଡ଼ ଥାନା ଭାପୁର ବଜାରରେ ଥିବା ମଦ ଦୋକାନକୁ ପୀଠଖାଇ ଗାଁର ସାଗର ଲେଙ୍କା ନାମକ ଜଣେ ବ୍ୟକ୍ତି ମଦ କିଣିବା ପାଇଁ ଯାଇଥିଲେ। ମାତ୍ର ମଦ ଦୋକାନୀ ସରକାରୀ ଦାମଠାରୁ ଚଢ଼ା ଦରରେ ଟଙ୍କା ଦାବି କରିଥିଲେ। ଯାହାକୁ ସାଗର ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଉତ୍‌କ୍ଷିପ୍ତ ହୋଇ ମଦ ଦୋକାନର କର୍ମଚାରୀ ଗ୍ରାହକ ସାଗରଙ୍କ ଉପରକୁ ଗୁଳି ଚଳାଇଥିଲେ। ମାତ୍ର ଗୁଳି ତାଙ୍କ ଦେହରେ ବାଜିନଥିଲା। ତା’ପରେ ସେ ସାଗରଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ।

ଏହି ଖବର ପ୍ରକାଶ ପାଇବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସାଗରଙ୍କ ଗାଁ ଲୋକେ ବଜାରରେ ପହଞ୍ଚି ଦୋକାନ ଉପରକୁ ଢେଲା ପଥର ମାଡ଼ କରିଥିଲେ। ଘଟଣା ସ୍ଥଳରେ ଫତେଗଡ଼ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ଗୁରୁତର ସାଗରଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି।

ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

Related story