ବିଶ୍ୱଭାରତୀ ପ୍ରାକ୍ତନୀ ପକ୍ଷରୁ ଆଲୋଚନାଚକ୍ର ଓ ସାରସ୍ୱତ ସମାରୋହ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ରାଜ୍ୟ ଅଭିଲେଖାଗାର ସମ୍ମିଳନୀ କକ୍ଷରେ ବିଶ୍ୱଭାରତୀ ପ୍ରାକ୍ତନୀ  (ଓଡ଼ିଶା) ପକ୍ଷରୁ ଏକ ଆଲୋଚନାଚକ୍ର ଓ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନରଂ ସଭାପତି  ପ୍ରଫେସର ବସନ୍ତ କୁମାର ପଣ୍ଡା ପୌରହିତ୍ୟ କରିଥିଲେ। ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଉଦ୍‌ଘାଟକ ଭାବେ  ବର୍ଷୀୟାନ ସାହିତ୍ୟିକ ଆଚାର୍ଯ୍ୟ ଭାବାନନ୍ଦ ଯୋଗ ଦେଇଥିଲେ। ସେ  ଶାନ୍ତି ନିକେତନର ମହାନ ଐତିହ୍ୟ ଓ ବିଶ୍ୱକବିଙ୍କ ବିଶ୍ୱ ଦୃଷ୍ଟି ସମ୍ପର୍କରେ  ସୂଚନା ପ୍ରଦାନ କରିଥିଲେ। ଉକ୍ତ ସମାରୋହରେ ବିଶ୍ୱ ଭାରତୀ […]

p-11

Rakesh Mallick
  • Published: Sunday, 04 February 2018
  • , Updated: 04 February 2018, 06:38 PM IST

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ରାଜ୍ୟ ଅଭିଲେଖାଗାର ସମ୍ମିଳନୀ କକ୍ଷରେ ବିଶ୍ୱଭାରତୀ ପ୍ରାକ୍ତନୀ  (ଓଡ଼ିଶା) ପକ୍ଷରୁ ଏକ ଆଲୋଚନାଚକ୍ର ଓ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନରଂ ସଭାପତି  ପ୍ରଫେସର ବସନ୍ତ କୁମାର ପଣ୍ଡା ପୌରହିତ୍ୟ କରିଥିଲେ। ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଉଦ୍‌ଘାଟକ ଭାବେ  ବର୍ଷୀୟାନ ସାହିତ୍ୟିକ ଆଚାର୍ଯ୍ୟ ଭାବାନନ୍ଦ ଯୋଗ ଦେଇଥିଲେ। ସେ  ଶାନ୍ତି ନିକେତନର ମହାନ ଐତିହ୍ୟ ଓ ବିଶ୍ୱକବିଙ୍କ ବିଶ୍ୱ ଦୃଷ୍ଟି ସମ୍ପର୍କରେ  ସୂଚନା ପ୍ରଦାନ କରିଥିଲେ।

ଉକ୍ତ ସମାରୋହରେ ବିଶ୍ୱ ଭାରତୀ ଓଡ଼ିଆ ବିଭାଗର ପର୍ବତନ ଅଧ୍ୟାପକ ଡ. ଶ୍ରୀନିବାସ ମିଶ୍ର, ଡ. ଗଗନେନ୍ଦ୍ର ନାଥ ଓ ପଦ୍ମଶ୍ରୀ ଦେବିପ୍ରସନ୍ନ ପଟ୍ଟନାୟକଙ୍କୁ ମାନପତ୍ର ଓ ଉତ୍ତରୀୟ ସହ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଦୁଇ ପର୍ଯ୍ୟାୟ ଆଲେଚନା ଚକ୍ରରେ  ବିଶିଷ୍ଟ ଆଲେଚକ ସର୍ବଶ୍ରୀ ରବୀନାରାୟଣ ରଥ, ଡ. ମୃଦ୍ୱଳା ମିଶ୍ର , ରୁଦ୍ରାଣୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଡ. ଦେବାନନ୍ଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ମାନପତ୍ର ପାଠ କରିଥିଲେ। ଡ. ଅନନ୍ତ କିସୋର ଜେନା, ଡ. ସଂଗ୍ରାମ କେଶରୀ ରାଉତ, ରବୀନ୍ଦ୍ର ବେହେରା, ରଶ୍ମିରେଖା ପାହାଡ଼ି, ଡ. କୃପାସିନ୍ଧୁ ପ୍ରଧାନ, ସତ୍ୟବ୍ରତ ଦାଶ, ପ୍ରମୋଦିନୀ ଜେନା, ଫକୀର ଚରଣ ଆଚାର୍ଯ୍ୟ, ଦିବ୍ୟ ଶକ୍ତି ସାମଲଙ୍କ ସହ ଶତାଧିକ ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

Related story