ସୂର୍ଯ୍ୟ ସାରଙ୍କ ନିଆରା ଉଦ୍ୟମ, କେବୁଲ୍‌ ମାଧ୍ୟମରେ ପିଲାଙ୍କ ପାଖରେ ପହଞ୍ଚାଉଛନ୍ତି ଲାଇଭ୍‌ କ୍ଲାସ୍‌

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବେଳେ ସ୍କୁଲ ବନ୍ଦ ରହିଛି। ପିଲାମାନେ ବର୍ଷେରୁ ଅଧିକ ସମୟ ଧରି ସ୍କୁଲ ମାଟି ମାଡ଼ି ନାହାନ୍ତି। ଏପରି ସମୟରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅନ୍‌ଲାଇନ୍‌ ୟୁଟ୍ୟୁବ୍‌ କ୍ଲାସ୍‌। ପିଲାମାନେ ଘରେ ବସି ୟୁଟ୍ୟୁବ୍‌ରେ ପାଠ ପଢ଼ୁଛନ୍ତି। ହେଲେ ଦୁର୍ଗମ ଓ ମୋବାଇଲ୍‌ ନେଟ୍‌ୱର୍କ ନଥିବା ଅଞ୍ଚଳରେ ପିଲାମାନେ ପାଠ ପଢ଼ିବାରେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛି। ଏପରି ଘଡ଼ିସନ୍ଧୀ ମୁହୂର୍ତ୍ତରେ ପ୍ରଧାନଶିକ୍ଷକ […]

surya-sir

Manoranjan Sial
  • Published: Thursday, 24 June 2021
  • , Updated: 24 June 2021, 09:28 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବେଳେ ସ୍କୁଲ ବନ୍ଦ ରହିଛି। ପିଲାମାନେ ବର୍ଷେରୁ ଅଧିକ ସମୟ ଧରି ସ୍କୁଲ ମାଟି ମାଡ଼ି ନାହାନ୍ତି। ଏପରି ସମୟରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅନ୍‌ଲାଇନ୍‌ ୟୁଟ୍ୟୁବ୍‌ କ୍ଲାସ୍‌। ପିଲାମାନେ ଘରେ ବସି ୟୁଟ୍ୟୁବ୍‌ରେ ପାଠ ପଢ଼ୁଛନ୍ତି। ହେଲେ ଦୁର୍ଗମ ଓ ମୋବାଇଲ୍‌ ନେଟ୍‌ୱର୍କ ନଥିବା ଅଞ୍ଚଳରେ ପିଲାମାନେ ପାଠ ପଢ଼ିବାରେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛି। ଏପରି ଘଡ଼ିସନ୍ଧୀ ମୁହୂର୍ତ୍ତରେ ପ୍ରଧାନଶିକ୍ଷକ ସୂର୍ଯ୍ୟନାରାୟଣ ସାହୁ ନିଆରା ଉଦ୍ୟମ କରିଛନ୍ତି। ସରକାରଙ୍କ ୟୁଟ୍ୟୁବ୍‌ କ୍ଲାସ୍‌କୁ କେବୁଲ ଟିଭି ମାଧ୍ୟମରେ ଆଣ୍ଡ୍ରଏଡ୍‌ ମୋବାଇଲ୍‌ ନଥିବା ଓ ନେଟ୍‌ୱର୍କ ନଥିବା ପିଲାଙ୍କ ପାଖରେ ପହଞ୍ଚାଇଛନ୍ତି।

ପୂରା ଘଟଣା ଏମିତି। ଗଞ୍ଜାମ ଜିଲ୍ଲା ଧରାକୋଟ ଦେଓପାଟଣାସ୍ଥିତ ମୁଣ୍ଡମରାଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେଉଛନ୍ତି ସୂର୍ଯ୍ୟନାରାୟଣ ସାହୁ। ସେ ୟୁଟ୍ୟୁବ୍‌ରେ ପଢ଼ୁଥିବା ପିଲାଙ୍କ ପାଇଁ କରିଛନ୍ତି ନିଆରା ଉଦ୍ୟମ। ଏଥିପାଇଁ ସେ କେବୁଲ୍‌ ଟିଭି ଅପରେଟରଙ୍କ ସହାୟତା ନେଇଛନ୍ତି। ଟିଭି ମାଧ୍ୟମରେ ଘରେ ପହଞ୍ଚୁଥିବା ସରକାରଙ୍କ ୟୁଟ୍ୟୁବ୍‌ କ୍ଲାସ୍‌କୁ ଲୋକାଲ କେବୁଲ୍‌ରେ ଏନ୍‌କୋଡିଂ ମାଧ୍ୟମରେ ସୂର୍ଯ୍ୟ ସାର ନିଜେ ପିଲାଙ୍କୁ ପାଠ ପଢାଉଛନ୍ତି।

ଏଥିସହ ସାଧାରଣ ଫୋନରେ ପିଲାଙ୍କ ଡାଉଟ୍‌ କ୍ଲିୟର କରାଉଛନ୍ତି ସୂର୍ଯ୍ୟ ସାର। ଏହା ଦ୍ୱାରା ମୋବାଇଲ ନେଟଓ୍ୱାର୍କ ନଥିବା ଅଞ୍ଚଳ ଓ ଆଣ୍ଡ୍ରଏଡ୍‌ ଫୋନ୍‌ ନଥିବା ଛାତ୍ରଛାତ୍ରୀଙ୍କ ନିକଟରେ ୟୁଟ୍ୟୁବ୍‌ ଅନ୍‌ଲାଇନ୍‌ ପାଠପଢ଼ା ପହଞ୍ଚି ପାରୁଛି। ଏହା ମାଧ୍ୟମରେ ଶହଶହ ପିଲା ଉପକୃତ ହୋଇପାରୁଛନ୍ତି। ସୂର୍ଯ୍ୟ ସାରଙ୍କ ଏପରି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି।

ସୂର୍ଯ୍ୟ ନାରାୟଣ ସାହୁ କହିଛନ୍ତି-“ମୁଁ ମୋ ସଫଳତାକୁ ଗୁରୁତ୍ୱ ଦେଉନି। କିନ୍ତୁ ସରକାରଙ୍କ ଉଦ୍ୟମକୁ କେବୁଲ ମାଧ୍ୟମରେ ପିଲାମାନଙ୍କ ପାଖରେ ପହଞ୍ଚାଇବା ହେଉଛି ବଡ଼ ସଫଳତା।”

Related story