ଘରୁ ଡ଼ାକି ବ୍ଲକ କର୍ମଚାରୀଙ୍କୁ ହାଣିଦେଲେ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ ): ଘରୁ ଡ଼ାକିନେଇ ବ୍ଲକ କର୍ମଚାରୀଙ୍କୁ ହାଣିଦେଲେ ଦୁର୍ବୃତ୍ତ। ଏଭଳି ଏକ ଜଘନ୍ୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ରେ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିପ୍ରାୟ ୩ଟା ବେଳେ ରାଜନଗର ବ୍ଲକର ଓଡିଶା ଜୀବିକା ମିଶନ ସଂଯୋଜକ ରଶ୍ମି ରଞ୍ଜନ ଦାସ ଘରେ ଶୋଇଥିବା ବେଳେ ୫ରୁ ୭ଜଣ ଯୁବକ ତାଙ୍କ ଘର କବାଟ ବାଡେଇଥିଲେ । ରଶ୍ମି ରଞ୍ଜନ ଉଠିବାରୁ ତାଙ୍କୁ BDO ଡାକୁଛନ୍ତି ଚାଲ ବୋଲି ସେମାନେ […]

attack

Niharika Rout
  • Published: Thursday, 13 May 2021
  • , Updated: 13 May 2021, 10:55 AM IST

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ ): ଘରୁ ଡ଼ାକିନେଇ ବ୍ଲକ କର୍ମଚାରୀଙ୍କୁ ହାଣିଦେଲେ ଦୁର୍ବୃତ୍ତ। ଏଭଳି ଏକ ଜଘନ୍ୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ରେ ଦେଖିବାକୁ ମିଳିଛି।

ଗତକାଲି ବିଳମ୍ବିତ ରାତିପ୍ରାୟ ୩ଟା ବେଳେ ରାଜନଗର ବ୍ଲକର ଓଡିଶା ଜୀବିକା ମିଶନ ସଂଯୋଜକ ରଶ୍ମି ରଞ୍ଜନ ଦାସ ଘରେ ଶୋଇଥିବା ବେଳେ ୫ରୁ ୭ଜଣ ଯୁବକ ତାଙ୍କ ଘର କବାଟ ବାଡେଇଥିଲେ । ରଶ୍ମି ରଞ୍ଜନ ଉଠିବାରୁ ତାଙ୍କୁ BDO ଡାକୁଛନ୍ତି ଚାଲ ବୋଲି ସେମାନେ କହିଥିଲେ ।

ମାତ୍ର ମନରେ ସନ୍ଦେହ ହେବାରୁ ସେ ଯାଇନଥିଲେ । ଫଳରେ  ଯୁବକମାନେ ଖଣ୍ଡା, ଭୁଜାଲି, ଭଳି ମାରାଣାସ୍ତ୍ରରେ ତାଙ୍କୁ ଅତର୍କିତ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ସେହିଠାରେ ଟଳି ପଡ଼ିଥିଲେ  ରଶ୍ମି ରଞ୍ଜନ। ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ଓ ସାହି ପଡ଼ିଶା   ଉଠିଆସିବାରୁ ଅପରାଧିମାନେ ଖସି ଯାଇଥିଲେ ।

ଗୁରୁତର ରଶ୍ମିରଞ୍ଜନଙ୍କୁ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଛି। ଏନେଇ ତାଙ୍କ ସ୍ତ୍ରୀ ଏନେଇ ରାଜନଗର ଥାନାରେ ଅଭିଯୋଗ କରିବାପରେ ପୁଲିସ୍‌ ଛାନଭିନ ଆରମ୍ଭ କରିଛି ।

Related story