ଜିଲ୍ଲାପାଳ ପୋତିଦେଲେ, ଲୋକେ ଖୋଲି ବୋହିନେଲେ ବ୍ଲିଚିଂ ବୋଳା ମାଛ

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): ଜଣେ ମାଛ ବ୍ୟବସାୟୀ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଜିଲ୍ଲାପ୍ରଶାସନ ପୂରା ମାଛ ମାର୍କେଟକୁ ସିଲ୍‌ କରିଥିଲା। ଏପରିକି ମାଛକୁ ବ୍ଲିଚିଂ ଦେଇ ପୋତି ଦେଇଥିଲା। ହେଲେ ସେହି ମାଛକୁ କେତେକ ଲୋକ ଖୋଳି ନେଇଯାଇଛନ୍ତି। ଆଜି ଏପରି ଅଭିଯୋଗ ଖୋର୍ଦ୍ଧା ଜିଲ୍ଲାରୁ ଆସିଛି। ଚିଲିକା ମାଛ ମାର୍କେଟରେ ଜଣେ ମାଛ ବ୍ୟବସାୟୀ ‘କରୋନା’ରେ ଆକ୍ରାନ୍ତ ହୋଇଥିଲେ। ଏ ସମ୍ପର୍କରେ ଜାଣିପାରି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉକ୍ତ ମାଛ ମାର୍କେଟକୁ ସିଲ୍‌ […]

fish

Manoranjan Sial
  • Published: Saturday, 18 July 2020
  • , Updated: 18 July 2020, 09:00 PM IST

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): ଜଣେ ମାଛ ବ୍ୟବସାୟୀ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଜିଲ୍ଲାପ୍ରଶାସନ ପୂରା ମାଛ ମାର୍କେଟକୁ ସିଲ୍‌ କରିଥିଲା। ଏପରିକି ମାଛକୁ ବ୍ଲିଚିଂ ଦେଇ ପୋତି ଦେଇଥିଲା। ହେଲେ ସେହି ମାଛକୁ କେତେକ ଲୋକ ଖୋଳି ନେଇଯାଇଛନ୍ତି। ଆଜି ଏପରି ଅଭିଯୋଗ ଖୋର୍ଦ୍ଧା ଜିଲ୍ଲାରୁ ଆସିଛି।

ଚିଲିକା ମାଛ ମାର୍କେଟରେ ଜଣେ ମାଛ ବ୍ୟବସାୟୀ ‘କରୋନା’ରେ ଆକ୍ରାନ୍ତ ହୋଇଥିଲେ। ଏ ସମ୍ପର୍କରେ ଜାଣିପାରି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉକ୍ତ ମାଛ ମାର୍କେଟକୁ ସିଲ୍‌ କରିଥିଲେ। ଏପରିକି ମାର୍କେଟରେ ୧ କ୍ୱିଣ୍ଟାଲ୍‌ ୫ କେଜି ଚିଙ୍ଗୁଡ଼ିରେ ବ୍ଲିଚିଂ ଗୋଳାଇ ଗାତ ଖୋଳି ପୋତି ଦେଇଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସ୍‌ପିଙ୍କ ଉପସ୍ଥିତି ମାଛ ପୋତା ଯାଇଥିଲା। ଏଥିସହ ବ୍ୟବସାୟୀଙ୍କର ୨ଟି ମାଛ ଗୋଦାମ ସମେତ ୩ଟି ଆଇସ୍‌ ଫ୍ୟାକ୍ଟ୍ରୀକୁ ସିଲ୍‌ କରି ଦିଆଯାଇଥିଲା। ଚିଲିକାରୁ ଗଞ୍ଜାମକୁ କୌଣସି ମାଛ ଗାଡ଼ି ଯିବା ଆସିବା ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ପ୍ରଶାସନିକ ଅଧିକାରୀମାନେ ସେଠାରୁ ଗଲା ପରେ କେତେକ ଲୋକ ପୋତା ଯାଇଥିବା ବ୍ଲିଚିଂ ବୋଳା ଚିଙ୍ଗୁଡିକୁ ଖୋଳି ନେଇ ଯାଇଛନ୍ତି।

Related story