ଲୋକାର୍ପିତ ହେଲା ପୁରୀ-ଭୁବନେଶ୍ୱର ୨୦୩ ନମ୍ବର ଜାତୀୟ ରାଜପଥର ଫୋର ଲେନ୍

ଭୁବନେଶ୍ୱର: ନବକଳେବର ଭିତ୍ତିଭୂମି ପ୍ରକଳ୍ପ ଅନ୍ତର୍ଗତ ପୁରୀ-ଭୁବନେଶ୍ୱର ୨୦୩ ନମ୍ୱର ଜାତୀୟ ରାଜପଥର ଫୋର ଲେନ୍ ରାସ୍ତାକୁ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ରାସ୍ତା ଉଦଘାଟନର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସେଠାରେ ପହଞ୍ଚି ଲୋକାର୍ପିତ କରିଛନ୍ତି । ଏହିଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପିନାକୀ ମିଶ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସାଂସଦ ବୈଷ୍ଣବ […]

nitin gadakari at pipili

Rakesh Mallick
  • Published: Thursday, 09 July 2015
  • , Updated: 09 July 2015, 01:22 PM IST

ଭୁବନେଶ୍ୱର: ନବକଳେବର ଭିତ୍ତିଭୂମି ପ୍ରକଳ୍ପ ଅନ୍ତର୍ଗତ ପୁରୀ-ଭୁବନେଶ୍ୱର ୨୦୩ ନମ୍ୱର ଜାତୀୟ ରାଜପଥର ଫୋର ଲେନ୍ ରାସ୍ତାକୁ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ରାସ୍ତା ଉଦଘାଟନର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସେଠାରେ ପହଞ୍ଚି ଲୋକାର୍ପିତ କରିଛନ୍ତି । ଏହିଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପିନାକୀ ମିଶ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସାଂସଦ ବୈଷ୍ଣବ ପରିଡା, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସମେତ ଏନଏଚଏଆଇର ବହୁ ଉଚ୍ଚପଦସ୍ଥ କର୍ମଚାରୀ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ, ଏହି ରାସ୍ତା ପାଇଁ ୮୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୬୭.୨ କିଲୋମିଟର ଦୂର ଏହି ରାସ୍ତାରେ ରହିଛି ଭୁବନେଶ୍ୱର, ପିପିଲି, ଚନ୍ଦନପୁର ଏବଂ ପୁରୀରେ ୪ଟି ବାଇପାସ୍। ସେହିପରି ଦୟା, ଭାର୍ଗବୀ ଏବଂ କାଞ୍ଚିନଳାରେ ରହିଛି ୩ଟି ସେତୁ। ସାକ୍ଷୀଗୋପାଳ ଏବଂ ଚନ୍ଦନପୁରରେ ୨ଟି ଅଣ୍ଡର ବାଇପାସ ରହିଛି। ଏହି ରାସ୍ତାରେ ୧୩ଟି ମାଇନର ସେତୁ, ୧୦୫ଟି କଳଭର୍ଟ, ୧୦ଟି ବସ ରହଣୀ ସ୍ଥଳ। ଏଥିପାଇଁ ୭୬ଟି ଗାଁର ଜମି ଅଧିଗ୍ରହଣ ହୋଇଛି।

ତେବେ ଉଦଘାଟନୀ ସ୍ଥଳରେ ବିଜେପି ଏବଂ ବିଜେଡ଼ି କର୍ମୀ ହୋ-ହଲ୍ଲା କରିଥିଲେ। ଉଭୟ ଦଳର କର୍ମୀମାନେ ଦଳୀୟ ପତାକା ଧରି ନାରାବାଜି ଦେଇଥିଲେ। ଉଦଘାଟନ ସ୍ଥଳୀର ବ୍ୟାରିକେଡ୍ ଭାଙ୍ଗି ଉଭୟ ଦଳର ସମର୍ଥକ ଏବଂ କର୍ମୀ ଧସେଇ ପଶିଥିବା ଜଣାପଡ଼ିଛି।

Related story