ପାସୱାର୍ଡ ହ୍ୟାକ୍‌ କରି ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏଟିଏମ୍‌ରୁ ୧୨ଲକ୍ଷ ଟଙ୍କା ଲୁଟ୍‌

ଖୋର୍ଦ୍ଧା: ଏଟିଏମ୍‌ରୁ ୧୨ ଲକ୍ଷ ଟଙ୍କା ଲୁଟ୍‌। ତା ବି ଡିଫେରେଣ୍ଟ ଷ୍ଟାଇଲରେ ହୋଇଛି ଲୁଟ୍‌। ଏଟିଏମ୍ କୋଠରୀ ସଫା କରିବାକୁ ଆସି ପାସ ଓ୍ୱାର୍ଡ ହ୍ୟାକ କରି ଲୁଟି ନେଲେ ୧୨ ଲକ୍ଷ ଟଙ୍କା। ଖୋର୍ଦ୍ଧା ଜଟଣୀ ଥାନା ତରାବୋଇ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଗତ ୧୨ ତାରିଖରେ ଘଟିଥିଲା ଏହି ଲୁଟ୍‌। ଆଜି ଏହି ଘଟଣା ସମ୍ନାକୁ ଆସିବା ପରେ ବ୍ୟାଙ୍କ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଲୁଟେରାମାନେ […]

atm

Rakesh Mallick
  • Published: Tuesday, 16 May 2017
  • , Updated: 16 May 2017, 10:20 PM IST

ଖୋର୍ଦ୍ଧା: ଏଟିଏମ୍‌ରୁ ୧୨ ଲକ୍ଷ ଟଙ୍କା ଲୁଟ୍‌। ତା ବି ଡିଫେରେଣ୍ଟ ଷ୍ଟାଇଲରେ ହୋଇଛି ଲୁଟ୍‌। ଏଟିଏମ୍ କୋଠରୀ ସଫା କରିବାକୁ ଆସି ପାସ ଓ୍ୱାର୍ଡ ହ୍ୟାକ କରି ଲୁଟି ନେଲେ ୧୨ ଲକ୍ଷ ଟଙ୍କା। ଖୋର୍ଦ୍ଧା ଜଟଣୀ ଥାନା ତରାବୋଇ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଗତ ୧୨ ତାରିଖରେ ଘଟିଥିଲା ଏହି ଲୁଟ୍‌। ଆଜି ଏହି ଘଟଣା ସମ୍ନାକୁ ଆସିବା ପରେ ବ୍ୟାଙ୍କ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଲୁଟେରାମାନେ ସିସି ଟିଭି ହାର୍ଡଡିକ୍ସକୁ ଲୁଟି ନେଇଥିବାରୁ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଛି। ତେବେ ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ ୧୨ ତାରିଖରେ ଦୁଇଜଣ ଲୋକ ନିଜକୁ ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ଏକ ଦୋକାନୀକୁ ଝାଡୁ ମାଗିଥିଲେ। ପରେ ଉଭୟେ ଦୀର୍ଘ ସମୟ ଧରି ଏଟିଏମ୍‌ ଭିତରେ ରହିଥିଲେ।

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି,“ଏଟିଏମ୍‌ ପାସ ଓ୍ୱାର୍ଡ ହ୍ୟାକ ଲୁଟ୍‌ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ପାସ ଓ୍ୱାର୍ଡ ଲୋଡ଼୍‌ କରୁଥିବା ଅଧିକାରୀଙ୍କ ସହିତ ଆଲୋଚନା ଚାଲିଛି। ଏହାଛଡ଼ା ଅନ୍‌ଲାଇନ୍‌ରେ ସିସିଟିଭି ଫୁଟେଜ ଥିଲେ ଦେବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।”

Related story