କେୱାଇସି ନାଁରେ ଠକି ନେଇଥିଲେ ୫ ଲକ୍ଷ, ଫେରି ଆସିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ସମୟରେ କେୱାଇସି ଅପ୍‌ଡେଟ୍‌ ନାଁରେ ବରିଷ୍ଠ ନାଗରିକଙ୍କଠାରୁ ଠକିନେଇଥିଲେ ୫ ଲକ୍ଷ ଟଙ୍କା। ସାଇବର୍‌ ସେଲ୍‌ର ତତ୍‌କ୍ଷଣାତ ଉଦ୍ୟମ ଫଳରେ ସାଇବର ଠକଙ୍କ ଉଦ୍ୟମ ବିଫଳ ହୋଇଛି। ଲୁଟ୍‌ ହୋଇଥିବା ୫ ଲକ୍ଷ ଟଙ୍କାରୁ ୪ ଲକ୍ଷ ୯୨ ହଜାର ଟଙ୍କା ଫେରି ଆସିଛି ବରିଷ୍ଠ ନାଗରିକଙ୍କ ଆକାଉଣ୍ଟକୁ। ଟଙ୍କା ଫେରିପାଇବା ପରେ ଖୁସି ବ୍ୟକ୍ତି କରିଛନ୍ତି ଠକାମୀର ଶିକାର ହୋଇଥିବା ବ୍ୟକ୍ତି। ପୂରା ଘଟଣା ଏମିତି। ଗତ ୧୬ ତାରିଖରେ ରବୀନାରାୟଣ […]

cyber

Manoranjan Sial
  • Published: Friday, 21 May 2021
  • , Updated: 21 May 2021, 07:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ସମୟରେ କେୱାଇସି ଅପ୍‌ଡେଟ୍‌ ନାଁରେ ବରିଷ୍ଠ ନାଗରିକଙ୍କଠାରୁ ଠକିନେଇଥିଲେ ୫ ଲକ୍ଷ ଟଙ୍କା। ସାଇବର୍‌ ସେଲ୍‌ର ତତ୍‌କ୍ଷଣାତ ଉଦ୍ୟମ ଫଳରେ ସାଇବର ଠକଙ୍କ ଉଦ୍ୟମ ବିଫଳ ହୋଇଛି। ଲୁଟ୍‌ ହୋଇଥିବା ୫ ଲକ୍ଷ ଟଙ୍କାରୁ ୪ ଲକ୍ଷ ୯୨ ହଜାର ଟଙ୍କା ଫେରି ଆସିଛି ବରିଷ୍ଠ ନାଗରିକଙ୍କ ଆକାଉଣ୍ଟକୁ। ଟଙ୍କା ଫେରିପାଇବା ପରେ ଖୁସି ବ୍ୟକ୍ତି କରିଛନ୍ତି ଠକାମୀର ଶିକାର ହୋଇଥିବା ବ୍ୟକ୍ତି।

ପୂରା ଘଟଣା ଏମିତି। ଗତ ୧୬ ତାରିଖରେ ରବୀନାରାୟଣ ମିଶ୍ରଙ୍କ ମୋବାଇଲ୍‌କୁ ଏକ ମେସେଜ୍‌ ଆସିଥିଲା। କେୱାଇସି ଦାଖଲ ନକଲେ ବିଏସ୍‌ଏନ୍‌ଏଲ୍‌ ମୋବାଇଲ୍‌ ନମ୍ୱର ବନ୍ଦ ହୋଇଯିବ ବୋଲି କୁହାଯାଇଥିଲା। ଆଉ ସେହି ମେସେଜରେ ଫୋନ କରିବାକୁ କୁହାଯାଇଥିଲା। ତେଣୁ ଶ୍ରୀ ମିଶ୍ର ମେସେଜ୍‌ରେ ଦିଆଯାଇଥିବା ମୋବାଇଲ୍‌ ନମ୍ୱରରେ ଫୋନ୍‌ କରିଥିଲେ। ମାତ୍ର କେହି ଫୋନ୍‌ ଉଠାଇ ନଥିଲେ।

ଫୋନ୍‌ କରିବାର କିଛି ସମୟ ପରେ ଶ୍ରୀ ମିଶ୍ରଙ୍କ ପାଖକୁ ଏକ କଲ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଅନ୍‌ଲାଇନ୍‌ରେ କେୱାଇସି ଅପ୍‌ଡେଟ୍‌ କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶରେ ଶ୍ରୀ ମିଶ୍ର ପ୍ଲେ’ ଷ୍ଟୋରରୁ QS ଆପ୍‌ ଡାଉନ୍‌ଲୋଡ୍‌ କରିଥିଲେ। ତା’ପରେ ସେହି ଆପ୍‌କୁ ଇନ୍‌ଷ୍ଟଲ୍‌ କରିଥିଲେ। ମାତ୍ର ଆପ୍‌ ଇନ୍‌ଷ୍ଟଲ୍‌ ଫେଲ୍‌ ହୋଇଥିଲା। ବାରମ୍ୱାର QS ଆପ୍‌ ଇନ୍‌ଷ୍ଟର ଫେଲ୍‌ ହେବାରୁ AnyDesk ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ଫୋନ୍‌ କରିଥିବା ବ୍ୟକ୍ତି(ଠକ) କହିଥିଲା। ତାଙ୍କ କଥାରେ ପଡ଼ି ଶ୍ରୀ ମିଶ୍ର ସେହି ଅପ୍‌କୁ ଇନ୍‌ଷ୍ଟଲ କରିଥିଲେ। ମାତ୍ର ସେହି ଆପ୍‌ ମଧ୍ୟ ଇନ୍‌ଷ୍ଟଲ ଫେଲ୍‌ ହୋଇପାରିଲା। ପରେ ୧୦ ଟଙ୍କା ରି-ଚାର୍ଜ କରିବାକୁ କୁହାଯାଇଥିଲା। ତାଙ୍କ କଥାରେ ପଡ଼ି ଶ୍ରୀ ମିଶ୍ର ୧୦ ଟଙ୍କା ରି-ଚାର୍ଜ କରିଥିଲେ।

ରି-ଚାର୍ଜ କରିବା କ୍ଷଣୀ ସଙ୍ଗେ ସଙ୍ଗେ ତାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା କଟି ଯାଇଥିଲା। ଏହା ପରେ ଶ୍ରୀ ମିଶ୍ର ସାଇବର ସେଲ୍‌କୁ ଜଣାଇଥିଲେ। ସାଇବର ସେଲ୍‌ ତତ୍‌କ୍ଷଣାତ ଠକଙ୍କ ଆକାଉଣ୍ଟକୁ ବ୍ଲକ୍‌ କରିବାରେ ସକ୍ଷମ ହୋଇଥିଲେ। ଯାହାଫଳରେ ଲୁଟ୍‌ ୫ ଲକ୍ଷ ଟଙ୍କାରୁ ୪ ଲକ୍ଷ ୯୨ ହଜାର ଟଙ୍କା ଫେରି ପାଇଛନ୍ତି ବରିଷ୍ଠ ନାଗରିକ ରବୀନାରାୟଣ ମିଶ୍ର। ଠକିଲା ପରେ ଶିଖିଛନ୍ତି ଶ୍ରୀ ମଶ୍ର। ଏବେ ଅଜଣା ଫୋନ୍‌ କଲ୍‌ ବା କୌଣସି ଲିଙ୍କ ଗ୍ରହଣ ନକରିବାକୁ ଅପିଲ୍‌ କରିଛନ୍ତି।

Related story