ଦୋକାନରେ ପଶି ଲୁଟି ନେଲେ ଦେଢ଼ ଲକ୍ଷ

ଆସିକା(ମନୋଜ ମୁନି): ଦିନ ଦ୍ୱି ପ୍ରହରରେ ଖଣ୍ଡା ଦେଖାଇ ଦୋକାନରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଭେଙ୍କଟେଶ୍ୱର ସାହିରେ ଥିବା ଏକ ଲୁଗା ଦୋକାନରୁ ଦେଢ଼ ଲକ୍ଷ ଲୁଟ୍‌ ନେଇଥିବା ଅଭିଯୋଗ ହୋଇଛି । ଗତକାଲି ଦିନ ପ୍ରାୟ ସାଢ଼େ ୩ଟା ବେଳେ ଲୁଗା ଦୋକାନ ଭିତରକୁ ଗ୍ରାହକ ସାଜି ପଶିଥିଲେ ଦୁଇ ଲୁଟେରା । ବାଇକ୍‌ରେ ଆସିଥିବା ତିନି ଲୁଟେରାଙ୍କ ମଧ୍ୟରୁ ଜଣେ ବାଇକ ଷ୍ଟାର୍ଟ କରି ବାହାରେ ଅପେକ୍ଷା କରିଥିଲା […]

aska

Niharika Rout
  • Published: Tuesday, 22 September 2020
  • , Updated: 22 September 2020, 08:20 AM IST

ଆସିକା(ମନୋଜ ମୁନି): ଦିନ ଦ୍ୱି ପ୍ରହରରେ ଖଣ୍ଡା ଦେଖାଇ ଦୋକାନରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଭେଙ୍କଟେଶ୍ୱର ସାହିରେ ଥିବା ଏକ ଲୁଗା ଦୋକାନରୁ ଦେଢ଼ ଲକ୍ଷ ଲୁଟ୍‌ ନେଇଥିବା ଅଭିଯୋଗ ହୋଇଛି ।

ଗତକାଲି ଦିନ ପ୍ରାୟ ସାଢ଼େ ୩ଟା ବେଳେ ଲୁଗା ଦୋକାନ ଭିତରକୁ ଗ୍ରାହକ ସାଜି ପଶିଥିଲେ ଦୁଇ ଲୁଟେରା । ବାଇକ୍‌ରେ ଆସିଥିବା ତିନି ଲୁଟେରାଙ୍କ ମଧ୍ୟରୁ ଜଣେ ବାଇକ ଷ୍ଟାର୍ଟ କରି ବାହାରେ ଅପେକ୍ଷା କରିଥିଲା । ଦୁଇ ଲୁଟେରା ଦୋକାନ ଭିତରେ ପଶି ସେଲସମ୍ୟାନଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରିଥିଲେ। ଏହା ପରେ ମାଲିକଙ୍କୁ ଧକ୍କା ଦେଇ ଟଙ୍କା ଲୁଟି ନେଇଥିଲେ । ମାତ୍ର କେଇ ମିନିଟ୍ ଭିତରେ ଲୁଟି ସାରି ଅନାୟାସରେ ଫେରାରେ ହୋଇଯାଇଥିଲେ  ତିନି ଦୁର୍ବୃତ୍ତ । ତେବେ ଲୁଟ୍‌ର ଏ ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଘଟଣାର ତଦନ୍ତ କରୁଛି ।

Related story