ଅଟା କିଣିବାକୁ ଦୋକାନରେ ପଶିଲେ, ବୃଦ୍ଧ ଦୋକାନୀଙ୍କୁ ବାନ୍ଧି ଲୁଟି ନେଲେ

ସମ୍ବଲପୁର(ସଞ୍ଜୟ ଜେନା): ଅଟା କିଣିବା ବାହାନାରେ ଦୋକାନରେ ପଶିଲେ। ଆଉ ସୁଯୋଗ ଦେଖି ବୃଦ୍ଧ ଦୋକାନୀଙ୍କୁ ତଳେ ପକାଇ  ଦୋକାନରୁ ନଗଦ ୭୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ଗହଣା ଲୁଟିନେଲେ। ସମ୍ବଲପୁର ଧନୁପାଲି ଷ୍ଟେସନ ଅଞ୍ଚଳରେ ଗତକାଲି ଏପରି ଏକ ଲୁଟ୍‌ ହୋଇଥିବା ବେଳେ ଲୁଟ୍‌ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏହି ଘଟଣାରେ ୫ ଜଣ ମୁଖାଧାରୀ ସାମିଲ ଥିବା ବେଳେ ସେମାନଙ୍କୁ ଖୋଜୁଛି ପୁଲିସ୍‌। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ […]

old-man

Niharika Rout
  • Published: Saturday, 04 June 2022
  • , Updated: 04 June 2022, 08:20 AM IST

ସମ୍ବଲପୁର(ସଞ୍ଜୟ ଜେନା): ଅଟା କିଣିବା ବାହାନାରେ ଦୋକାନରେ ପଶିଲେ। ଆଉ ସୁଯୋଗ ଦେଖି ବୃଦ୍ଧ ଦୋକାନୀଙ୍କୁ ତଳେ ପକାଇ  ଦୋକାନରୁ ନଗଦ ୭୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ଗହଣା ଲୁଟିନେଲେ। ସମ୍ବଲପୁର ଧନୁପାଲି ଷ୍ଟେସନ ଅଞ୍ଚଳରେ ଗତକାଲି ଏପରି ଏକ ଲୁଟ୍‌ ହୋଇଥିବା ବେଳେ ଲୁଟ୍‌ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏହି ଘଟଣାରେ ୫ ଜଣ ମୁଖାଧାରୀ ସାମିଲ ଥିବା ବେଳେ ସେମାନଙ୍କୁ ଖୋଜୁଛି ପୁଲିସ୍‌।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଶ୍ୟାମସୁନ୍ଦର ଡାଲମିୟା ଓ ତାଙ୍କ ପତ୍ନୀ ଦୋକାନରେ ବସିଥିଲେ। ଏତିକି ବେଳେ ଅଟା କିଣିବା ବାହାନାରେ ପ୍ରଥମେ ୨ ଜଣ ଲୋକ ଦୋକାନକୁ ଆସିଥିଲେ । କିଛି ସମୟ ପରେ ଆଉ ୫ ଜଣ ମୁଖାଧାରୀ ଲୋକ ପଶିଥିଲେ। ସମସ୍ତେ ମିଳିତ ଭାବେ ଶ୍ୟାସୁନ୍ଦରଙ୍କୁ ତଳେ ପକାଇ ବାନ୍ଧି ଦେଇଥିଲେ।  ଶ୍ୟାସୁନ୍ଦର ଏହାର ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ  ମାଡ଼ ମାରି ସେ ପିନ୍ଧିଥିବା ସୁନା ଅଳଙ୍କାର ଓ ଦୋକାନରେ ଥିବା ୭୦ ହଜାର ଟଙ୍କା ଧରି ଫେରାର ହୋଇଯାଇଥିଲେ ।

ଦୁର୍ବୃତ୍ତମାନେ ସିସିଟିଭି ଫୁଟେଜ ପାଇଁ ହାର୍ଡଡିସ୍କ ନେବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Related story