କାଳବୈଶାଖୀ ବେଳେ ବ୍ୟାଙ୍କରେ କଳାକନା ବୁଲାଇଲେ
Ordigital Desk
  • Published: Saturday, 07 April 2018
  • , Updated: 07 April 2018, 08:27 AM IST
ଗତକାଲି ରାତିରେ କାଳବୈଶାଖୀ ବେଳେ ଚୋରମାନେ ବ୍ୟାଙ୍କର ଗ୍ରୀଲ୍ କାଟି ଭିତରେ ପଶିଥିଲେ। ସେମାନେ ଷ୍ଟ୍ରଙ୍ଗରୁମ୍ ଭିତରେ ପଶି ଆଇରନ୍ ଚେଷ୍ଟକୁ କାଟିବାକୁ ଉଦ୍ୟମ କରୁଥିବା ବେଳେ ସାଇରନ୍ ବାଜିଥିଲା। ତେଣୁ ସେମାନେ ଚମ୍ପଟ ମାରିଥିଲେ। ତେବେ ଯିବା ପୂର୍ବରୁ ଏକ ବାକ୍ସ ଭାଙ୍ଗି ସେଥିରେ ଥିବା ଟଙ୍କା ନେଇ ଯାଇଥିବା ଜଣାପଡ଼ିଛି। ବାକ୍ସରେ ପ୍ରାୟ ୪୦-୫୦ ହଜାର ଟଙ୍କା ଥିବା କୁହାଯାଉଛି।
ପୋଲିସ୍ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଗତକାଲି ଅନୁଗୋଳ ସହରର ବଜାର ଛକ ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଶାଖାରେ ଡକାୟତି ହୋଇଥିଲା। କିଛି ଦୁର୍ବୃତ୍ତ ମାଉଜର ଦେଖାଇ ବ୍ୟାଙ୍କରୁ ୨୦ ଲକ୍ଷ ଟଙ୍କା ସହିତ ସୁନା ଲୁଟି ନେଇଥିଲେ।
ସେହିପରି ଗତକାଲି ନୟାଗଡ଼ ଜିଲ୍ଲା ସାରଙ୍ଗଧରପୁର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୮୦ ହଜାର ଟଙ୍କା ଓ ପ୍ରାୟ ୧ କୋଟି ଟଙ୍କାର ସୁନା ଲୁଟି ନେଇଥିଲେ।
Related story