ମିନି ଟ୍ରକ ଭର୍ତ୍ତି ବିସ୍ଫୋରକ ଲୁଟି ନେଲେ ରଙ୍ଗବୋଳା ସନ୍ଦିଗ୍ଧ

ବଲାଙ୍ଗିର(ଓଡିଶା ରିପୋର୍ଟର): ବଲାଙ୍ଗିର ବେଲପଡ଼ା ନିକଟ ଡୁଙ୍ଗୁରିପାଲି ବିସ୍ଫୋରକ ଗୋଦାମରୁ ଲୁଟ୍ ହୋଇଛି। ସଂଘବଦ୍ଧ ଭାବେ କିଛି ଲୋକ ଏହି ଗୋଦାମରୁ ଚୋରି କରି କେଉଁଆଡେ ଫେରାର ହୋଇଯାଇଛନ୍ତି । ଏହି ବିସ୍ଫୋରକ ଚୋରି ପଛରେ ନକ୍ସଲଙ୍କ ହାତ ଥିବା ସନ୍ଦେହ କରାଯାଉଛି । ସନ୍ଦିଗ୍ଧମାନେ ମୁହଁରେ ରଙ୍ଗବୋଳି ଏଭଳି କାଣ୍ଡ ଭିଆଇଥିବାରୁ ସେମାନଙ୍କ ମୁହଁ ଚିହ୍ନିପାରି ନ ଥିଲେ ଘଟଣାସ୍ଥଳରେ ଉପସ୍ଥିତ ଲୋକେ। ଘଟଣାସ୍ଥଳରେ ପାଟଣାଗଡ଼ SDPO ଓ ବେଲପଡ଼ା IIC ପହଞ୍ଚି ତଦନ୍ତ ଆରମ୍ଭ […]

1

Rakesh Mallick
  • Published: Saturday, 03 March 2018
  • , Updated: 03 March 2018, 05:10 PM IST

ବଲାଙ୍ଗିର(ଓଡିଶା ରିପୋର୍ଟର): ବଲାଙ୍ଗିର ବେଲପଡ଼ା ନିକଟ ଡୁଙ୍ଗୁରିପାଲି ବିସ୍ଫୋରକ ଗୋଦାମରୁ ଲୁଟ୍ ହୋଇଛି। ସଂଘବଦ୍ଧ ଭାବେ କିଛି ଲୋକ ଏହି ଗୋଦାମରୁ ଚୋରି କରି କେଉଁଆଡେ ଫେରାର ହୋଇଯାଇଛନ୍ତି । ଏହି ବିସ୍ଫୋରକ ଚୋରି ପଛରେ ନକ୍ସଲଙ୍କ ହାତ ଥିବା ସନ୍ଦେହ କରାଯାଉଛି । ସନ୍ଦିଗ୍ଧମାନେ ମୁହଁରେ ରଙ୍ଗବୋଳି ଏଭଳି କାଣ୍ଡ ଭିଆଇଥିବାରୁ ସେମାନଙ୍କ ମୁହଁ ଚିହ୍ନିପାରି ନ ଥିଲେ ଘଟଣାସ୍ଥଳରେ ଉପସ୍ଥିତ ଲୋକେ। ଘଟଣାସ୍ଥଳରେ ପାଟଣାଗଡ଼ SDPO ଓ ବେଲପଡ଼ା IIC ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଅନୁଯାୟୀ, ୨୦ରୁ ୨୫ ସନ୍ଦିଗ୍ଧ ବ୍ୟକ୍ତି ଗୋଦାମରେ ଚଢ଼ାଉ କରିଥିଲେ। ଏଥିସହିତ ଗୋଦାମର ୪ କର୍ମଚାରୀଙ୍କୁ ମାଡ଼ ମାରି ସିସିଟିଭି ଭାଙ୍ଗି ଦେଇଥିଲେ। ପରେ ଗୋଦାମ ପାଖରେ ଥିବା ଏକ ମିନିଟ୍ରକ ନେଇ ପଳାଇଥିଲେ । ଏହି ମିନି ଟ୍ରକରେ  ଚୋରି ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ହୋଇ ରହିଥିବା ସୂଚନା ମିଳିଛି।

Related story