ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌

Ordigital Desk
  • Published: Saturday, 27 January 2018
  • , Updated: 27 January 2018, 09:51 AM IST
<p>ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୂଳର ପ୍ରସିଦ୍ଧ ଶୈବପୀଠ ଲଡୁବାବାଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ କେହି ଦୁର୍ବୃତ୍ତ ମନ୍ଦିରର ହୁଣ୍ଡି ଭାଙ୍ଗି ସବୁ ଟଙ୍କା ଲୁଟି ନେଇଛି। ମନ୍ଦିର ବାହାରେ ଥିବା ଏହି ହୁଣ୍ଡିର ତାଲା ଭଙ୍ଗା ଯାଇଥିବା ଆଜି ସକାଳେ ଦେଖିବାକୁ ମିଳିଥିଲା। ହୁଣ୍ଡିରେ ଲକ୍ଷାଧିକ ଟଙ୍କା ଥିଲା ବୋଲି ଅନୁମାନ କରାଯାଉଛି। ଏନେଇ ଶରଣକୂଳ ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି।</p>

Related story