ସଶସ୍ତ୍ର ଡକାୟତି, ଦମ୍ପତିଙ୍କ ହାତଗୋଡ଼ ବାନ୍ଧି ନେଇଗଲେ ୫ଲକ୍ଷ ଟଙ୍କାର ସୁନାଗହଣା

ଆଳି (ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡ଼ଆଙ୍କୁଅ ଗାଁରେ ଜଣଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ଏକ ଦମ୍ପତିଙ୍କୁ ଆକ୍ରମଣ କରି ହାତଗୋଡ଼ ବାନ୍ଧି ୫ ଲକ୍ଷ ଟଙ୍କାର ସୁନାଗହଣା ଡକାୟତମାନେ ନେଇ ଯାଇଥିବା ଅଭିଯୋଗ ହୋଇଛି। ଆହତ ଦମ୍ପତି ସାଧୁ ଚରଣ ମହାଳିକ ଓ ତାଙ୍କ ପତ୍ନୀଙ୍କୁ ଆଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ସାଧୁ ଓ ତାଙ୍କ ପତ୍ନୀ ଘର ବାହାରକୁ ପରିସ୍ରା କରିବାକୁ ଯିବାକୁ ଗ୍ରୀଲ୍‌ […]

ali

Tapaswini Nayak
  • Published: Sunday, 08 May 2022
  • , Updated: 08 May 2022, 12:36 PM IST

ଆଳି (ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡ଼ଆଙ୍କୁଅ ଗାଁରେ ଜଣଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ଏକ ଦମ୍ପତିଙ୍କୁ ଆକ୍ରମଣ କରି ହାତଗୋଡ଼ ବାନ୍ଧି ୫ ଲକ୍ଷ ଟଙ୍କାର ସୁନାଗହଣା ଡକାୟତମାନେ ନେଇ ଯାଇଥିବା ଅଭିଯୋଗ ହୋଇଛି। ଆହତ ଦମ୍ପତି ସାଧୁ ଚରଣ ମହାଳିକ ଓ ତାଙ୍କ ପତ୍ନୀଙ୍କୁ ଆଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ସାଧୁ ଓ ତାଙ୍କ ପତ୍ନୀ ଘର ବାହାରକୁ ପରିସ୍ରା କରିବାକୁ ଯିବାକୁ ଗ୍ରୀଲ୍‌ ଖୋଲିଥିଲେ। ଏହି ସମୟରେ ୫ଜଣ ଡକାୟତ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ଆଲମାରୀ ଖୋଲିବାକୁ ଚାବି ମାଗିଥିଲେ। ଚାବି ମିଳିବା ପରେ ସେମାନଙ୍କ ହାତଗୋଡ଼କୁ ବାନ୍ଧି ତଳେ ପକାଇ ଦେଇଥିଲେ ଓ ଆଲମାରୀରୁ ପ୍ରାୟ ୫ଲକ୍ଷ ଟଙ୍କାର ସୁନାଗହଣା ନେଇ ଚମ୍ପଟ ମାରିଥିଲେ। ଏନେଇ ସାଧୁ ଥାନାରେ ଅଭିଯୋଗ କରିଛନ୍ତି ଓ ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଆଳି ନୂଆବଜ଼ାରରେ ଥିବା ଦୁଇଟି ସୁନାଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

Related story