ପୂର୍ବତନ ବିଜେଡି ବିଧାୟକଙ୍କୁ ଲୁଟିଲେ, ପିଟିଲେ

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ପୂର୍ବତନ ବିଜେଡି ବିଧାୟକଙ୍କୁ ଲୁଟିଲେ ଲୋଟେରା। ଏପରିକି ତାଙ୍କ ମାଡ଼ ମଧ୍ୟ ମାରିଲେ। ଦୁର୍ବୃତ୍ତଙ୍କ ମାଡ଼ରେ ଆହତ ହେଲେ ରାଇରଙ୍ଗପୁର ପୂର୍ବତନ ବିଧାୟକ ସାଇବା ଶୁଶୀଲ ହାଁସଦା। ତାଙ୍କୁ ବିଧାୟକ ବହଲଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୂର୍ବତନ ବିଜେଡି ବିଧାୟକ ସାଇବା ଶୁଶୀଲ ହାଁସଦା ସ୍କୁଟିରେ ଗମ୍ଭାରୀଆ ଗାଁଠାରୁ ନିକ ଘର ବ୍ରାହ୍ମଣ ବୋଷ ଗାଁକୁ ଫେରୁଥିଲେ। ଗାଁ ନିକଟରେ ତିନି […]

Saiba-Susil-Hansda

Manoranjan Sial
  • Published: Saturday, 28 August 2021
  • , Updated: 28 August 2021, 08:35 PM IST

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ପୂର୍ବତନ ବିଜେଡି ବିଧାୟକଙ୍କୁ ଲୁଟିଲେ ଲୋଟେରା। ଏପରିକି ତାଙ୍କ ମାଡ଼ ମଧ୍ୟ ମାରିଲେ। ଦୁର୍ବୃତ୍ତଙ୍କ ମାଡ଼ରେ ଆହତ ହେଲେ ରାଇରଙ୍ଗପୁର ପୂର୍ବତନ ବିଧାୟକ ସାଇବା ଶୁଶୀଲ ହାଁସଦା। ତାଙ୍କୁ ବିଧାୟକ ବହଲଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଛି।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୂର୍ବତନ ବିଜେଡି ବିଧାୟକ ସାଇବା ଶୁଶୀଲ ହାଁସଦା ସ୍କୁଟିରେ ଗମ୍ଭାରୀଆ ଗାଁଠାରୁ ନିକ ଘର ବ୍ରାହ୍ମଣ ବୋଷ ଗାଁକୁ ଫେରୁଥିଲେ। ଗାଁ ନିକଟରେ ତିନି ଜଣ ଯୁବକ ବାଇକରେ ଆସି ତାଙ୍କୁ ପ୍ରଥମେ ଅଟକାଇ ଥିଲେ। ତା’ପରେ ତାଙ୍କୁ ନିସ୍ତୁକ ମାଡ଼ ମାରି ୮୦ ହଜାର ଟଙ୍କା ଲୁଟି ନେଇଯାଇଥିଲେ। ସ୍ଥାନୀୟ ଲୋକେ ଏନେଇ ବହଳଦା ପୁଲିସକୁ ଖବର ଦେଇଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରି ବହଳଦା ମେଡିକାଲ୍‌ରେ ଭର୍ତ୍ତି କରିଛି।

ଏନେଇ ଅଭିଯୋଗ ହେବା ପରେ ପୁଲିସ ତନାଘନା ଆରମ୍ଭ କରିଛି। ବହଳଦାକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍‌ କରି ଖାନତଲାସି ଚଳାଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ।

Related story