- Videos
- Odisha
- ବିୟୁଟି ପାର୍ଲରରେ ହେରାଫେରି : ମୁହଁରେ ଓଢଣି ପକାଇ ଅଭିନେତ୍ରୀଙ୍କ ଗହଣା ଲୁଟ୍ , ଦେଖନ୍ତୁ ଭିଡିଓ
ବିୟୁଟି ପାର୍ଲରରେ ହେରାଫେରି : ମୁହଁରେ ଓଢଣି ପକାଇ ଅଭିନେତ୍ରୀଙ୍କ ଗହଣା ଲୁଟ୍ , ଦେଖନ୍ତୁ ଭିଡିଓ
- Published: Saturday, 09 June 2018
- , Updated: 09 June 2018, 08:53 PM IST
<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଆପଣ ଯଦି କୌଣସି ବିୟୁଟି ପାର୍ଲରରେ ଚୁଟି କାଟୁଛନ୍ତି ତାହାଲେ ସାବଧାନ। କାରଣ ଚୁଟି କାଟିବା ବାହାନାରେ ଆପଣଙ୍କ ଠାରୁ ବି ହୋଇପାରେ ଲୁଟ୍ । ରାଜଧାନୀ ଭୁବନେଶ୍ୱରରେ ଆଜି ଏମିତି ଏକ ଘଟଣାରେ ପାର୍ଲର ମାଲିକାଣୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ସହିଦନଗର ପୋଲିସ । ଗିରଫ ମାଲିକାଣୀ ଜଣେ ସିରିଏଲ୍ ଅଭିନେତ୍ରୀ ବୋଲି ଜଣାପଡିଛି। ସୂଚନା ଅନୁସାରେ ଜଣେ ମହିଳା ବାଣୀବିହାର ଅଂଚଳରେ ଥିବା ଏକ ବିୟୁଟି ପାର୍ଲରକୁ ଚୁଟି କାଟିବାକୁ ଯାଇଥିଲେ। ଏହି ସମୟରେ ସେଠାରେ କାର୍ଯ୍ୟରତ ମହିଳା କର୍ମଚାରୀ ସଂପୃକ୍ତ ମହିଳାଙ୍କ ଦେହରେ ଆପ୍ରୋନ୍‌ ପକାଇ ଚୁଟି କାଟିଥିଲେ।</p>
<p>ତେବେ ଚୁଟି କାଟି ସାରିବା ପରେ ତାଙ୍କ ବେକରେ ସୁନା ଚେନ୍ ନ ଥିବା ଅଭିଯୋଗ କରିଥିଲେ ମହିଳା । ଏନେଇ କର୍ମଚାରୀ ଜଣଙ୍କ ଯୁକ୍ତି କରିବା ପରେ ମହିଳା ଜଣଙ୍କ ପୋଲିସରେ ଏତଲା ଦେଇଥିଲେ। ଘଟଣା ନେଇ ପୋଲିସ ଖୋଳତାଡ ଆରମ୍ଭ କରିବା ସହ ବିୟୁଟି ପାର୍ଲରରୁ ଚେନ୍ ଉଦ୍ଧାର କରିଥିଲା। ପୂର୍ବରୁ ମଧ୍ୟ ଉକ୍ତ ପାର୍ଲରରୁ ଜଣେ ମହିଳାଙ୍କ ସୁନା କାନ ଫୁଲ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।</p>