ରାଜଧାନୀରେ ପୁଣି ଲୁଟ୍‌: ଚଳନ୍ତା ଗାଡ଼ିରୁ ଯୁବତୀଙ୍କ ବେକରୁ ଝାମ୍ପି ନେଲେ ଚେନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ହୋଇଛି ଲୁଟ୍‌। ଆପୋଲୋ ହସ୍ପିଟାଲ ନିକଟସ୍ଥ ରାସ୍ତାରେ ଲୁଟ୍‌ ହୋଇଛି। ଯୁବତୀ ଜଣକ ସ୍କୁଟିରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଦ୍ରୁତ ଗତିରେ ଆସି ଚେନ୍‌ ଝାମ୍ପି ନେଇଥିଲେ। ଫଳରେ ଯୁବତୀ ଜଣକ ଭାରସାମ୍ୟ ହରାଇ ଗାଡ଼ିରୁ ଖସି ପଡ଼ିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏନେଇ ସହିଦ୍‌ ଥାନାରେ ଲିଖିତ ଅଭିଯୋଗ ହୋଇଛି। କମିଶନରେଟ୍‌ ପୁଲିସ ଘଟଣାର ତଦନ୍ତ ଆରମ୍ଭ […]

98uu

Manoranjan Sial
  • Published: Tuesday, 06 October 2020
  • , Updated: 06 October 2020, 06:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ହୋଇଛି ଲୁଟ୍‌। ଆପୋଲୋ ହସ୍ପିଟାଲ ନିକଟସ୍ଥ ରାସ୍ତାରେ ଲୁଟ୍‌ ହୋଇଛି। ଯୁବତୀ ଜଣକ ସ୍କୁଟିରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଦ୍ରୁତ ଗତିରେ ଆସି ଚେନ୍‌ ଝାମ୍ପି ନେଇଥିଲେ। ଫଳରେ ଯୁବତୀ ଜଣକ ଭାରସାମ୍ୟ ହରାଇ ଗାଡ଼ିରୁ ଖସି ପଡ଼ିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏନେଇ ସହିଦ୍‌ ଥାନାରେ ଲିଖିତ ଅଭିଯୋଗ ହୋଇଛି। କମିଶନରେଟ୍‌ ପୁଲିସ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଲୁଟେରାଙ୍କ ଆଡ୍ଡା ସ୍ଥଳ ପାଲଟିଲାଣି କି ରାଜଧାନୀ? କାରଣ କିଛିଦିନ ତଳେ ସମାନ ଢ଼ଙ୍ଗରେ ହୋଇଥିଲା ଏକ ଲୁଟ୍‌। ଜଣେ ଯୁବତୀ ସ୍କୁଟିରେ କେନାଲ ରୋଡ୍‌ରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ ଝାମ୍ପି ନେଇଥିଲେ। ଫଳରେ ଯୁବତୀ ଜଣକ ଭାରସାମ୍ୟ ହରାଇ ପଡ଼ି ଯାଇଥିଲେ। ଜଣେ ବଦାନ୍ୟ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ଆଜି ପର୍ଯ୍ୟନ୍ତ ଗିରଫ ହୋଇନଥିବା ବେଳେ ଆଜି ପୁଣି ଥରେ ସମାନ ଢ଼ଙ୍ଗରେ ହୋଇଛି ଲୁଟ। ଯାହାକୁ ନେଇ ରାଜଧାନୀ ବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

Related story